ସାନଖେମୁଣ୍ଡି:ପୋଡ଼ାମାରି ମହାବିଦ୍ୟାଳୟ ଠାରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ୨୦୧୯-୨୦ ର ଆଜି ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଖେମୁଣ୍ଡୀ କଲେଜର ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ଡ଼.ହରପ୍ରିୟା ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଆନ୍ଧ୍ରବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ଏମ. ସୁରେନ ଯୋଗ ଦେଇଥିଲେ l ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପାତ୍ର l ସୁସ୍ଥ ସମାଜ ଗଠନରେ କ୍ରୀଡା ଆବଶ୍ୟକତା ଉପରେ ଅତିଥିମାନେ ନିଜ ନିଜର ମତ ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l କାର୍ଯ୍ୟକ୍ରମକୁ ସଂଜୋଜନା l
ଇଂରାଜୀ ଅଧ୍ୟାପକ ଶ୍ରୀ ଦୁର୍ଯ୍ୟଧନ ଜେନା କ୍ରୀଡା ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ରାମସ୍ୱରୂପ ପାଣିଗ୍ରାହୀଙ୍କ ସହ କ୍ରୀଡା ଶିକ୍ଷକ ଶ୍ରୀ ସୁରେନ୍ଦ୍ର ବେହେରା ସହଯୋଗ କରିଥିଲେ ରାମଜୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ଯୋଗ ଦେଇଥିଲେ l ସମସ୍ତ ଶ୍ରେଷ୍ଠ କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା lଅଶୋକ ଶତପଥି , ପ୍ରଭୂଦତ୍ତ ବ୍ରହ୍ମା, ରବିତା ପ୍ରଧାନଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ l
ରିପୋର୍ଟ୍- ପ୍ରଫୁଲ୍ଲ ସାବତ