କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ପୁରୀ ଝାଡେଶ୍ବରୀ କ୍ଳବ ପରିସରରେ ୩୨ତମ ଜାତୀୟ ଫେଡେରେସନ ଥ୍ରୋ ବଲ ଚମ୍ପିୟାନସିପ ଆରମ୍ଭ ହୋଇଛି। ଏହି ଚମ୍ପିୟାନ ସିପ୍ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଝାଡେଶ୍ୱରୀ କ୍ଲବ ଓ ସ୍ପୋର୍ଟ୍ସ କମ୍ଲେକ୍ସ ପରିସରରେ କରାଯାଉଛି। ଚମ୍ପିୟାନସିପକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ନର୍ଲ୍ଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂ ଖେଳକୁ ଶୁଭାରମ୍ଭ କରିଥିଲେ। ଏଥିରେ ଓଡିଶା ଥ୍ରୋବଲ ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଦାସ, ଥ୍ରୋବଲ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ,ଉପସଭାପତି ମଧୁସୂଦନ ମିଶ୍ର, ସିତେନ୍ଦ୍ର ଦାସ, ଓଡିଶାର ପୂର୍ବତନ ଥ୍ରୋବଲ କ୍ୟାପଟେନ ବିମଳେନ୍ଦୁ ଦାଶ, ଜାତୀୟ ଥ୍ରୋବଲ ଫେଡେରେସନଳ ସମ୍ପାଦକ, ନରେଶ ମାନ, ଜଏଣ୍ଟ ସେକ୍ରେଟେରୀ ନୀରଜ କୁମାର ପପୁ, ଟ୍ରେଜରର ବାଲା ବିନାୟକମ୍, ଜଏଣ୍ଟ ସ୍ରେକେଟାରୀ ଜଗନ ମୋହନ ଗୌଡ, ଆନ୍ଧ୍ରପ୍ରଦେଶ ସମ୍ପାଦକ ଇଦା ସୁଲୋଚନା ପ୍ରମୁଖ ଯୋଗଦାନ କରିଥିଲେ।
ଏହି କ୍ରୀଡ଼ା ରେ ବିଭିନ୍ନ ରାଜ୍ୟର ପୁରୁଷ ଓ ମହିଳା ଦଳର ୧୬ ଟି ଦଳ ଅଶଂଗ୍ରହଣ କରିଛନ୍ତି। ହରିୟାନା, ବିହାର, ଗୋଆ, ଦିଲ୍ଲୀ, ଓଡିଶା, କର୍ଣ୍ଣାଟକ, ତାମିଲନାଡୁ କେରଳ, ମହାରାଷ୍ଟ୍ଳ, ଆନ୍ଧ୍ର ପ୍ରଦେଶ ଆଦି ଦଳ ପ୍ରତିଯୋଗିତାରେ ଅଂଶଗ୍ଳହଣ କରିଛନ୍ତି। ଓଡିଶା ପ୍ରଥମଥର ଫେଡେରେସନ କଫ କରିଵା ପାଇଁ ଦାୟିତ୍ବ ନେଇଛି। ଶୁଭାରମ୍ଭ ସମୟରେ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ଜାତୀୟ ରେଫରି ଭାବରେ ରାମକୃଷ୍ଣ ଵେହେରା, ଯଶୋବନ୍ତ ପରମ ଗୁରୁ, ରାକେଶ କୁମାର, ରାଜୁ କୁମାର, ନୀତିଶ କୁମାର, ଲେଖ୍ ରାଜ୍, ଏମ୍ ଡି ସମୀମ୍ ପ୍ରମୁଖ ଖେଳକୁ ପରିଚାଳନା କରିଛନ୍ତୀ। ପ୍ରଥମ ମ୍ୟାଚ ଦିଲ୍ଲୀ, କର୍ଣ୍ଣାଟକ ଭିତରେ ମ୍ୟାଚ ହୋଇଥିଲା। ଦିଲ୍ଲୀ କର୍ଣ୍ଣାଟକ କୁ ୨-୦ ସୈଟରେ ହରାଇଥିଲା।, ପରେ ପରେ ଗୋଆ ଏବଂ କେରଳ ମ୍ୟାଚ, କେରଳ ୨-୧ ସେଟରେ ଗୋଆକୁ ପରାସ୍ତ କରିଥିଲା।, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ୟାମପ୍ରକାଶ ସେନାପତି ବୃନ୍ଦାବତୀ ନିବାସ ଠାରୁ ଏକ ବିରାଟ ରାଲିରେ ସମସ୍ତ ଖେଳାଳୀ ଆସିଥିଲେ। ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଜାତୀୟ ଫେଡରେସନଳ ସମ୍ପାଦକ ନରେଶ ମାନ ସମସ୍ତ ରାଜ୍ୟ ପ୍ରତିନିଧି ମାନଙ୍କୁ ଉତ୍ତରୀୟ ଓ ମୁମେଣ୍ଟ ପ୍ରଦାନ କରାଯାଇଥିଲା।
Related Stories
November 25, 2024