
ଭଞ୍ଜନଗର – ଆଜି ତା 04.12.2019 ରିଖ ବୁଧବାର ଦିନ ଭଞ୍ଜନଗର ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସ୍ଥାନୀୟ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ା ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ବି.ଇ.ଓ ଶ୍ରୀ ଏସ୍.ଧନଞ୍ଜୟ ା ଏଥିରେ ବ୍ଳକର ଶତାଧିକ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟ ଗୁଡିକରୁ ଛାତ୍ର ଛାତ୍ରୀମାନେ ଯୋଗ ଦେଇ ନିଜ ନିଜ ବିଜ୍ଞାନ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରିଥିଲେ ାଏହି ପ୍ରଦର୍ଶନୀରେ 166 ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ା ଏଥିରେ ବିଚାରକ ରୂପେ ଶ୍ରୀପ୍ରଦ୍ୟୁମ୍ନ କୁମାର ସାହୁ,ଶ୍ରୀ ଗିରୀଜା ପ୍ରସାଦ ଶତପଥୀ,ଶ୍ରୀ ପିତବାସ ପାଳ ଓ ଦିପିନୀକା କର ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ ା ଏଥିରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଭଞ୍ଜନଗର ,ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ଭଞ୍ଜନଗର ,ପ୍ରମୋଦ ଚନ୍ଦ୍ର ପାତ୍ର ଉଚ୍ଚ ବିଦ୍ୟାଳୟ ଲେମ୍ଭାଇ ଓ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ପ୍ରକଳ୍ପ ଗୁଡିକ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ନିମିତ୍ତ ମନୋନୀତ ହୋଇଥିଲେ ାଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଭଞ୍ଜନଗର ର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ,ଡକ୍ଟର ପିତବାସ ପାଳ ବିଜ୍ଞାନ ପ୍ରଧ୍ୟାପକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ,ଶ୍ରୀ ରାଜେନ୍ଦ୍ର ପ୍ରଧାନ ପ୍ରଧାନଶିକ୍ଷକ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ,ଶ୍ରୀମତୀ ଗାୟତ୍ରୀ ପଣ୍ଡା ପ୍ରଧାନ ଶିକ୍ଷୟିତ୍ରୀ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ,ଶ୍ରୀ ହୃଷିକେଶ ସ୍ବାଇଁ ଏ.ବି.ଇ.ଓ ତଥା ବି.ଆର୍.ସି.ସି,ଶ୍ରୀ ସୂର୍ଯ୍ୟ ନାୟକ ଏ.ବି.ଇ.ଓ,ଏ.ବି.ଇ.ଓ ଭାସ୍କର ଲେଙ୍କା ପ୍ରମୁଖ ମଞ୍ଚାସୀନ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ନାନା କଥା କହି ଉତ୍ସାହିତ କରିବା ସହ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ନିମିତ୍ତ ମନୋନୀତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ ା ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ା ଏହି ଅବସରରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କୁ ଉଦ୍ଭିଦ ବିଜ୍ଞାନରେ ପି.ଏଚ୍.ଡି ପାଇଥିବା ହେତୁ ସମ୍ବର୍ଦ୍ଧନା ଦିଆଯାଇଥିଲା ାଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ ବାହାଡାପଦର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଜେନା ା ଅନ୍ୟ ମାନଙ୍କ ମଧ୍ୟରେ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜଗବନ୍ଧୁ ଜେନା, ସି.ଆର୍.ସି.ସି ତ୍ରିନାଥ ବେହେରା,ସଞ୍ଜୟ କୁମାର କୋଠିଆ,ରାଘବ ନାୟକ,ସନ୍ତୋଷ ଗୌଡ,ମୋହନ ସାହୁ,ସନ୍ତୋଷ କୁମାର ସାହୁ ,ନିରଞ୍ଜନ ଦିଗାଲ,ମନୋଜ କୁମାର ଗୌଡ,ଦେବୀ ପ୍ରସାଦ ଦାଶ,ମନୋଜ ପାଳ, ଆଦିକନ୍ଦ ଗୌଡ, ବୃନ୍ଦାବନ ସେଠୀ,ସୁନୀଲ୍ ପାଣି ,ନାରୟଣ ମହାପାତ୍ର,ସନ୍ତୋଷ କୁମାର ସାହୁ, ଭଗବାନ ଭୂୟାଁ ତଥା ଶତାଧିକ ଗାଇଡ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥଲେ ା ଶେଷରେ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ା