ପୁରୀ, ଆଜିଠୁ ଖୋଲିଲା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶ୍ରୀନଅର ପର୍ଯ୍ୟନ୍ତ ରାସ୍ତା । ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା କେବଳ ଚାଲି ଚାଲି ଏହି ରାସ୍ତାରେ ଯାଇପାରିବେ । ଗାଡି, ମୋଟର ଏହି ରାସ୍ତା ଦେଇ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ଜାନୁଆରୀ ୬ ତାରିଖ ଠାରୁ ଏହି ରାସ୍ତା ବନ୍ଦ ରହିଥିଲା । ଶ୍ରୀମନ୍ଦିର ସମ୍ମୁଖରୁ ଶ୍ରୀନଅର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଥିବାରୁ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀ ମାନେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।