
-
ରାଜଧାନୀର ଗାନ୍ଧୀ ମାର୍ଗରେ ହେଲା ଫୁଲ ଡ୍ରେସ୍ ରିହର୍ସାଲ
ଭୁବନେଶ୍ବର,କରୋନା କାରଣରୁ ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ରାଜଧାନୀର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସର ପ୍ୟାରେଡ । ଆଜି ସକାଳୁ ପୁଲିସ ଗାନ୍ଧୀମାର୍ଗରେ ଫୁଲ୍ ଡ୍ରେସ୍ ପରେଡ୍ ରିହର୍ସାଲ ହୋଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଚଳିତ ଥର ହେବାକୁ ଥିବା ଏହି ପରେଡରେ ୫୦ଟି ଟ୍ରୁପ୍ ଭାଗନେବେ । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ କମିସନେରଟ୍ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି। ପାଖାପାଖି ୨୩ ପ୍ଲାଟୁନ୍ ଫୋର୍ସ ପରେଡ୍ ଉତ୍ସବରେ ନିୟୋଜିତ ହେବେ।
ଆଜି ଫୁଲ ଡ୍ରେସ ରିହଲସଲ ଅବସରରେ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଓ ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ।
ଏଡ଼ାଇବା ପାଇଁ ପରେଡ୍ ସ୍ଥଳରେ ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଡଲି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସ ପାଛଳନ ସମୟରେ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୁଲିସ ମୁତୟନ ରହିବେ।