ସମ୍ବଲପୁର, ଆଜି ମହାନ୍ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ତମ ଜୟନ୍ତୀ । ଏନେଇ ସମ୍ବଲପୁର ଓ ତାଙ୍କ ଜନ୍ମମାଟି ଖିଣ୍ଡାରେ ବିଶେଷ ଆୟୋଜନ କରାଯାଇଛି । ଆଜି ସକାଳେ ସମ୍ବଲପୁରର ଜେଲ୍ ଛକ ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ସେହିପରି ତାଙ୍କ ଜନ୍ମସ୍ଥାନ ଖିଣ୍ଡା ଗ୍ରାମରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି । ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ବିଭିନ୍ନ ଅଂଚଳରୁ ମଶାଲ ଶୋଭାଯାତ୍ରା ବାହାରି ସଭା ସ୍ଥଳରେ ପହଂଚିଛି । ଏହି ଅବସରରେ ସେଠାରେ ଥିବା ତାଙ୍କ ପ୍ରତିମୂର୍ତିରେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି ।
୨୩ ଜାନୁଆରୀ ୧୮୦୯ ରେ ସମ୍ବଲପୁରର ଖିଣ୍ଡାରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ବୀର ସୁରେନ୍ଦ୍ର ସାଏ । ସେ ସମ୍ବଲପୁରର ଜଣେ ବିପ୍ଲବୀ ନେତା ଥିଲେ । ଇଂରେଜ ସରକାରଙ୍କ ଶୋଷଣ, ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସେ ବିଦ୍ରୋହ କରିଥିଲେ ।