କଟକ, ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆବଜାରରେ ଆୟାଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । କଟକ ଓଡ଼ିଆବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହାଳୟ ଓ ଜାନକୀନାଥ ଭବନ ରଙ୍ଗିନ ଆଲୋକ ମାଳା ଓ ଫୁଲମାଳରେ ସଜ୍ଜିତ କରାଯାଇଛି । ସଂଗ୍ରାହାଳୟରେ ଥିବା ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଚଳିତ ବର୍ଷ ଏଠାରେ ନେତାଜୀଙ୍କ ଜିବନୀ ଉପରେ ଆଧାରିତ ବିଭିନ୍ନ ବିଷୟକୁ ଭାସ୍କର୍ଯ୍ୟ କଳା ମାଧ୍ୟମରେ ପ୍ରଦର୍ଶିତ କରାଯାଉଛି । ଏହାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବୁଲି ଦେଖିଛନ୍ତି ।
ଏହି ପରିପ୍ରେକ୍ଷୀରେ ସେଠାରେ ରକ୍ତ ଦାନ ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ୧୮୯୭ ମସିହା ଆଜିର ଦିନରେ କଟକ ଓଡ଼ିଆବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ।