-
ଅନୁଷ୍ଠାନ ତରଫରୁ ପୁରୀର ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ
ପୁରୀ,ରାଜସ୍ଥାନ ବ୍ରାହ୍ମଣ ମହାସଭା ତରଫରୁ ପୁରୀ ଗୋବର୍ଦ୍ଧନ ପୀଠରେ ସପ୍ତଦିନାତ୍ମକ ଭାଗବତ ପାରାୟଣ ଅନୁଷ୍ଠିତ ହେଉଛି ।ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟରେ ରାଜସ୍ଥାନର ୩୫୦ ବ୍ରାହ୍ମଣ ଯୋଗ ଦେଇଛନ୍ତି । ଏଥିରେ ବୃନ୍ଦାବନର କଥାବାଚକ ପଣ୍ଡିତ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଭାଗବତ ମାହାତ୍ମ୍ୟର ପ୍ରୟୋଜନୀୟତା ଦେଶର ସାମ୍ପ୍ରତିକ ପରିସ୍ଥିତିରେ କେତେ ଆବଶ୍ୟକତା ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ରାଉରକେଲାର ଅଗ୍ରଣ୍ୟ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଶ୍ରଦ୍ଧା ଷଡଙ୍ଗୀ ମଞ୍ଚ ପରିଚାଳନା କରିଥିଲେ । ଶ୍ରୀଜଗନ୍ନାଥ ଭକ୍ତ ପରିଷଦ,ପୁରୀ ତରଫରୁ ରାଜସ୍ଥାନର ୧୧ ଜଣ ପଣ୍ଡିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବ୍ରାହ୍ମଣ ମହାସଭା ତରଫରୁ ବରିଷ୍ଠ ସମାଜସେବୀ ଶ୍ରୀ ସୂର୍ଯ୍ୟନାରାୟଣ ରଥ ଓ ଜ୍ୟୋତିର୍ବିଦ ଶ୍ରୀ ହରିଶଙ୍କର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।ଅନୁଷ୍ଠାନ ତରଫରୁ ପୁରୀର ଉପସ୍ଥିତ ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ସୁଭାଷ ଜୀ ପରାସର, ଅଧ୍ୟକ୍ଷ ,ଶ୍ରୀ କସ୍ତୁର ଚନ୍ଦ୍ର ମିଶ୍ର,ପ୍ରଚାରମନ୍ତ୍ରୀ ରାଜସ୍ଥାନ ବ୍ରାହ୍ମଣ ମହାସଭା ,ଶ୍ରୀ ଗଦାଧର ଶର୍ମା, ଜିଲ୍ଲା ଅଧ୍ୟକ୍ଷ ,ବିଦ୍ୟାଦେବୀ ଶର୍ମା ,ଉଷା ଦେବୀ,ମଞ୍ଜୁଦେବୀ ,ରାଜେନ୍ଦ୍ର ଶାସ୍ତ୍ରୀ ,ଶ୍ରୀ ମନମୋହନ ଶାସ୍ତ୍ରୀ ଓ ଉମେଶ ଶାସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।