କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ପୁରୀ ଜିଲ୍ଲା ସାମ୍ବାଦିକ ୟୁନିୟନର ବାର୍ଷିକ ସାଧାରଣ ସଭା ପୁରୀର ନୂଆତୋଟା ଯାଗା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଧାରଣ ସଭାରେ ଜିଲ୍ଲାର ୧୧ଟି ବ୍ଳକର ସାମ୍ବାଦିକ ମାନେ ଯୋଗଦାନ କରି ସାମ୍ବାଦିକଙ୍କ ସମସ୍ୟା ଓ ସମାଜ ପ୍ରତି ସାମ୍ବାଦିକଙ୍କ ଭୂମିକା ନେଇ ଆଲୋଚନା କରିଥିଲେ। ବିଶେକରି ସାମ୍ବାଦିକ ଙ୍କ ଦ୍ବାରା ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ବାସ୍ଥ୍ୟ ଶିବିର, ଯୁବକ ମାନଙ୍କୁ ରୋଜଗାରକ୍ଷମ ବା ଉଦ୍ୟୈଗୀ କରାଇବା ପାଇଁ ବିଶେଷଜ୍ଞଙ୍କ ଏ ନେଇ ଆଲୋଚନା ଚକ୍ର । ରୋଗୀ ସେବା କ୍ଷେତ୍ରରେ ସମସ୍ତ ସାମ୍ବାଦିକ ଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ତାହା କିଭଳିସଠିକ କାର୍ଯ୍ୟକ୍ଷମ ହୋଇପାରିବା ଭଳି ଅନେକ ସମାଜ ସେବାକ୍ଷେତ୍ରେ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା ଏହା ସହ ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ପର୍ଯ୍ୟଟନ ସହର ପୁରୀରେ ସାମ୍ବାଦିକ ଙ୍କ ପାଇଁ ସ୍ବତନ୍ତ୍ର ବିଲଡିଂ ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା| ଏଥିପାଇଁ ସରକାର ବା ଜିଲ୍ଲାପ୍ରଶାସନ ସାମ୍ବାଦିକ ଙ୍କୁ ଜମି ଯୋଗାଇ ଦିଅନ୍ତୁ ବୋଲି ଆଲୋଚନା କରାଯାଇଥିଲା ଏବଂ ଏଥିପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ ଏବଂ ପ୍ରତିଟି ବ୍ଳକରେ ସାମ୍ବାଦିକ ଙ୍କ ପାଇଁ ଅଫିସ ଗୃହ ନିର୍ମାଣ କରାଯାଉ ବୋଲି ଦାବୀପୋଷଣ କରାଯାଇଥିଲା ଏବଂ ସମସ୍ତ ସାମ୍ବାଦିକ ମାନେ ରେଳରେ ବା ବସରେ ଟିକେଟ ୫୦ ପ୍ରତିଶତ ଛାଡ ହେଉ ବୋଲି ସଂଘ ଦାବୀ ରଖିବ । ପୁରୀ ଶାଖାର ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟ କରାଯାଇଥିଲା। ଦୁଇଟି ଟର୍ମର ସମ୍ପାଦକ ଦାୟିତ୍ବ ରେ ଥିବା ଶ୍ୟାମସୁନ୍ଦର ମହାପାତ୍ର ଙ୍କ ଠାରୁ ମିଲନ ମହାନ୍ତି ସମ୍ପାଦକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସଭାପତି ଭାବରେ କମଳକାନ୍ତ ମିଶ୍ର ଙ୍କ ଠାରୁ ମଧୁସୂଦନ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଉପଦେଷ୍ଟା ସୌମିତ୍ର ହରିଚନ୍ଦନ, ପ୍ରଦୀପ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ସହ ଶୈଳେନ୍ଦ୍ର ଆଚାର୍ଯ୍ୟ, ବିକ୍ରମ ଆଚାର୍ଯ୍ୟ, ଶିବ ପ୍ରସାଦ ଦାସ, ଆଲୋକ ଆଶୁତୋଷ ନାୟକ, ପ୍ରିୟରଞ୍ଜନ ମହାନ୍ତି, ସରୋଜ ମଲ୍ଲିକ, ସାଗର ମଲ୍ଲିକ, ସୋମନାଥ ଗୋଛିକାର, ଅଜିତ ମହାନ୍ତି, ବିକାଶ ପ୍ରମୁଖ ଯୋଗଦାନ କରିଥିଲେ।
Related Stories
November 23, 2024