କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ରେଲୱେ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ବକ୍ତା ଭାବେ ଡ଼ଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟ ର କୁଳାଧିପତି ଡ଼ଃ ପ୍ରଫୁଲ୍ଲ ମିଶ୍ର ଯୋଗଦେଇଥିଲେ । ଏଥିସହ ଜିଲ୍ଲା ପ୍ରମୁଖ ଡ଼ଃ ସସ୍ମିତା ନାୟକ, ଜିଲ୍ଲା ସଂଯୋଜକ ରାହୁଲ କୁମାର ନାୟକ ଏବଂ ପୁରୀ ନଗର ସଭାପତି ସୁଶାନ୍ତ କୁମାର ରାୟ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଡ଼ଃ ପ୍ରଫୁଲ୍ଲ ମିଶ୍ର ରାଷ୍ଟ୍ର ପୁନଃନିର୍ମାଣରେ ଛାତ୍ର ସମାଜର ଭୂମିକା ବିଷୟରେ ଅଭିଭାଷଣ ରଖିଥିଲେ।ଡ଼ଃ ନାୟକ ଏବିଭିପିର କାର୍ଯ୍ୟଧାରା ଓ ୭୫ ବର୍ଷ ଇତିହାସ ବିଷୟରେ ବର୍ଣ୍ଣନା କରିଥିଲେ। ଶ୍ରୀ ରାୟ ସ୍ବାଗତ ଭାଷଣ ରଖିଥିଲେ। ଶିକ୍ଷାସ୍ଥିତି ଓ ସାମାଜିକ ସ୍ଥିତିକୁ ନେଇ ଦୁଇଟି ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ଲିଟୁନ ଦାସ, ରାହୁଲ ନାୟକ , ପ୍ରତିମା ବେହେରା, ବିସ୍ମୟ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା, ରାହୁଲ ଉପସ୍ଥିତ ଥିଲେ। ଏଥି ସହିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ SFS ପ୍ରମୁଖ ଡ଼ଃ ରାକେଶ କୁମାର ମିଶ୍ର, ବିଭାଗ ସଂଯୋଜକ ତାରା ପ୍ରସାଦ ଦାସ, ପୁରୀ ନଗର ସମ୍ପାଦକ ସୁବାଶିସ ଷଡ଼ଙ୍ଗୀ, ଜିଲ୍ଲା କୋଷାଧ୍ୟକ୍ଷ ଶିବାନନ୍ଦ ପାଢ଼ୀ, ଜିଲ୍ଲା SFS ପ୍ରମୁଖ କୃଷ୍ଣ ଭାଇ , ସୁମିତ୍ରା ଜେନା, ସୀମା ରାଉତ, ଲିଖିତା ରାଉତ ଉପସ୍ଥିତ ଥିଲେ।