କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ନେତାଜୀ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ନେତାଜୀ ଯୁବକ ସଂଘ ପୁରୀ ଆନୁକୂଲ୍ୟରେ ଉତ୍କଳବିକାଶ ଯୁବପରିଷଦର ମିଳିତ ସହଯୋଗରେ ପୁରୀରେ ନେତାଜୀ ଉତ୍ସବ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି |ଏହି ଅବସରରେ ଶ୍ରୀ ଅବିନାଶ ମିଶ୍ରଙ୍କ ଆବାହକ ତାରେ ପରିଚାଳିତ କାର୍ଯ୍ୟକ୍ରମ ରେ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇଙ୍କ ଦାୟଦ ଯୋଗେଶ ଝାନ୍ସୀ ୱାଲେ ଓ ଟିପୁସୁଲତାନଙ୍କ ବଂଶଜ ସାହେବ ଯାଦା ମହମ୍ମଦ ସାହିଦ ଆଲାମ ଓ ତାଙ୍କର ଧର୍ମ ପତ୍ନୀ ମେହେପୂଜା ଖତୁନ ଏବଂ ନେତାଜୀ ଜନ୍ମମାଟି ଯାତ୍ରା ର ରାଷ୍ଟ୍ରୀୟ ଆବାହକ ଦେବି ପ୍ରସାଦ ପୃଷ୍ଟି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ |ପୂର୍ବାହ୍ନ 11ଟା ବେଳେ ଭିଆଇପି ରୋଡ଼ ସ୍ଥିତ ନେତାଜୀ ପ୍ରତିମୂର୍ତ୍ତି ପାଖରୁ ଏକ ବର୍ଣାଡିହ ଶୋଭାଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ଗୋପାଳ ବଲ୍ଳଭ ରୋଡ଼ ସ୍ଥିତ ନେତାଜୀ ସଂଗ୍ରହାଳୟ କୁ ଯାତ୍ରା କରିଥିଲା |ଏହି ଯାତ୍ରାରେ ଓଡିଶା ର ପ୍ରତ୍ୟକ ଜିଲ୍ଲା ରୁ ଯୁବକ ଯୁବତୀ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ଓ ସଂଗ୍ରହାଳୟ ବୁଲି ଦେଖି ମୁଗ୍ଧ ହୋଇ ପ୍ରଶଂସା ମଧ୍ୟ କରିଥିଲେ |ଶୋଭାଯାତ୍ରା କାରୀମାନେ ନେତାଜୀ ସୁଭାଷ, ଝାନ୍ସୀ ରାଣୀ ଲଷ୍ମୀବାଇ, ଟିପୁ ସୁଲତାନ,ଜୟୀରାଜଗୁର,
ଚାଖି ଖୁଣ୍ଟିଆ ଅମର ରହେ ଓ ଜୟ ହିନ୍ଦ ଧ୍ୱନି ଦେଇଥିଲେ | ରାସ୍ତାର ଉଭୟ ପାର୍ଶ୍ୱରେ ଦେଖଣା ହାରି ମାନେ ହାତ ହଲାଇ ଶୋଭାଯାତ୍ରା କାରୀଙ୍କୁ ଉତ୍ସାହିତ କରିଥିଲେ |ଓଡିଶା ବାହାରେ ଓଡିଶା କୁ ଜଗନ୍ନାଥ ଧାମ ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ମାଟି ଭାବେ ଦେଶବାସୀ ଜାଣନ୍ତି ବୋଲି ଝାନ୍ସୀ ରାଣୀ ଓ ଟିପୁ ସୁଲତାନଙ୍କ ଦାୟାଦ ମତ ଦେଇଥିଲେ |ସବୁ ପ୍ରଶଂସା ସତ୍ୱେ ଜିଲ୍ଲା ପ୍ରଶାସନକୁ ଆଗରୁ ଅବଗତ କରାଯାଇଥିଲେ ମଧ୍ୟ ସର୍କିଟ ହାଉସ ରେ ଆରକ୍ଷଣ ରହିଛି ବୋଲି ପରିଚାଳକ ପ୍ରକାଶ କରିବା ସତ୍ୱେ କୌଣସି ଆରକ୍ଷଣ ନକରିବା ଏପରିକି ଉଦ୍ୟକ୍ତl ମାନଙ୍କୁ ଅବଗତ ନକରିବା ପ୍ରଶାସନିକ ଅଧିକାରୀ ମାନଙ୍କର ଔଦ୍ଧତ୍ୟ ଓ ବେପରୁଆ ମନୋଭାବ ର ପ୍ରମାଣ ବୋଲି ଅବିନାଶ ମିଶ୍ର କ୍ଷୋଭ ର ସହ ଜଣାଇଛନ୍ତି |ଏହା ପୁରୀ ବାସୀଙ୍କର ଆତ୍ମ ସମ୍ମାନ ଉପରେ ଆଞ୍ଚ ଆଣିଛି ବୋଲି ଶ୍ରୀ ମିଶ୍ର ମତ ବ୍ୟକ୍ତକରିଥିଲେ |
Related Stories
November 24, 2024
November 24, 2024