କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ୱାନ୍ ଷ୍ଟପ ସେଣ୍ଟର, ପୁରୀ ତରଫରୁ ବାଲିନୋଳିଆ ସାହି ଅଙ୍ଗନବାଡି କେନ୍ଦ୍ର “ଖ ” ଠାରେ ଯୁବପିଢିଙ୍କ ମନରେ ହକି ପ୍ରତି ଆଗ୍ରହ ସୃଷ୍ଟି ଏବଂ ବାଲ୍ୟ ବିବାହ ନିରୋଧ ନିମିତ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ପୁରୀ ମୁନ୍ୟୁସିପାଲଟି ସମନ୍ବିତ ଶିଶୁ ବିକାଶ ଯୋଜନାର ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା କାନୁନଗୋ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ । ହକି ଆମର ଜାତୀୟ ଖେଳ ହୋଇଥିବାରୁ ପ୍ରତ୍ୟେକ ଯୁବପିଢିଙ୍କ ମନରେ ଏହି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଶ୍ରୀମତୀ କାନୁନଗୋ ପ୍ରାରମ୍ଭିକ ବାର୍ତ୍ତା ଦେଇଥିଲେ । ଉକ୍ତ ମାସଟି ଅଦ୍ବିକାର ପୋଷଣ ମାସ ହୋଇଥିବାରୁ ରକ୍ତ ହୀନତା ହେବା ଯୋଗୁ କେଉଁ କେଉଁ ସମସ୍ୟା ଅସିଥାଏ, ଭବିଷ୍ୟତରେ କିପରି ଅସୁବିଧାର ସମୁଖୀନ ହେବାକୁ ପଡେ ଏବଂ କିପରି ତାହାର ପ୍ରତିକାର କରାଯାଇପାରିବ ସେ ସମ୍ବନ୍ଧରେ ସଖୀ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ବିଜୟୀଲକ୍ଷ୍ମୀ ବଡ଼ଜେନା ଆଲୋଚନା ମାଧ୍ୟମରେ ବୁଝାଇଥିଲେ । ବାଲ୍ୟ ବିବାହ କରିବା ଦ୍ବାରା ଭବିଷ୍ୟତ ଯୁବପିଢି ମାନଙ୍କର ଜୀବନ କିପରି ବିପଦ ସଙ୍କୁଳ ହୋଇଥାଏ ,ତାହାର ନିରାକରଣ କିପରି କରିପାରିବା ଏବଂ ବାଲ୍ୟବିବାହ ନିଷେଧ ଅଧ୍ୱନିୟମ ,୨୦୦୬ ସମଦ୍ଧରେ ସଖୀ କେନ୍ଦ୍ରର ପରାମର୍ଶଦାତ୍ରୀ ଶ୍ରୀମତୀ ଇତିବାଳା ପ୍ରଧାନ ଆଲୋଚନା ମାଧ୍ୟମରେ ବୁଝାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରୀ ମୁନିସିପାଲିଟି ସମନ୍ବିତ ଶିଶୁ ବିକାଶ ଯୋଜନାର ମଣ୍ଡଳ ପରିଦର୍ଶିକା ପ୍ରଣତୀ ଚିନାର, ବାଲିନୋଳିଆ ସାହି ଅଙ୍ଗନବାଡି କେନ୍ଦ୍ର କ,ଖ,ଗ ଏବଂ ଘ ର ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସହଯୋଗ ଦେଇଥିଲେ । ହକି ଖେଳର ସଚେତନତା ନିମନ୍ତେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ନେଇ ମହୋଦଧି କ୍ଲବ ଠାରୁ ଓଲିସ୍ ଲ୍ୟାଣ୍ଡ,ସମୁଦ୍ର କୂଳ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା।