ଭୁବନେଶ୍ୱର,ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ଥାନୀୟ ହୋଟେଲରେ ପାର୍ଟୀର ରାଜ୍ୟ କାର୍ଯକାରିଣୀର ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ କାର୍ଯ୍ୟକାରିଣୀର ସଦସ୍ୟ ମାନେ ଯୋଗ ଦେଇଛନ୍ତି ।
ବୈଠକ ସମ୍ପର୍କରେ ସୂଚନା ଦେଇ ପାର୍ଟୀର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ ହିତାଧିକାରୀଙ୍କୁ ଘର ପ୍ରଦାନ କରା ନ ଯିବାକୁ ପ୍ରସଙ୍ଗରେ ବିଜେପି ଦୁର୍ବାର ଆନ୍ଦୋଳନ କରିବ । ଏହା ବାଦ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଚାଉଳ ସମ୍ପର୍କରେ ରାଜ୍ୟର ଜନସାଧାରଣଙ୍କୁ ପାର୍ଟି କାର୍ଯ୍ୟକର୍ତା ମାନେ ଅବଗତ କରାଇବେ । ରାଜ୍ୟରେ ଖରାପ ହୋଇ ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିଜେପି କାର୍ଯକର୍ତା ମାନେ ରାଜ୍ୟ ସରକାରଙ୍କୁ ଘେରିବେ ।