
ମାଲକାନଗିରି,ମାଲକାନଗିରି ସଦର ମହକୁମା ୱାର୍ଡ ନମ୍ବର ୧୪ ନିକଟରେ ଯାଇଥିବା ସତିଗୁଡା କେନାଲରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଆଦର୍ଶ ଥାନାକୁ ଖବର ଦେବା ସହ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ବିଭାଗ ସହାୟତାରେ ସ୍ଥାନିୟ ପୋଲିସ ଯୁବକର ଶବକୁ କେନାଲରୁ ଉଦ୍ଧାର କରିଥିଲେ। ମୃତ ଯୁବକ ଜଣକ ଝାଟିମାଟି କଲୋନୀର ରାମକୃଷ୍ଣ ଗଣ୍ଡା ଓ ତାଙ୍କର ପୂର୍ବରୁ ମୁର୍ଚ୍ଛାରୋଗ ଥିଲା ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି।