ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡା ଠାରୁ ପାପୁଲୁର ରାସ୍ତାର ଗୁଣ୍ଠାବାଡ଼ା ଘାଟିରେ ଆଜି ସକାଳୁ ଏକ ମହିଳାଙ୍କ ଶବ ପଡ଼ିଥିବା ଦେଖି ସ୍ଥାନିୟ ଅଞ୍ଚଳ ବାସୀ ଏ ସମ୍ପର୍କରେ ଚିତ୍ରକୋଣ୍ଡା ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ କେଉଁ ପରିସ୍ଥିତିରେ ମହିଳା ଜଣକ ଏଠାକୁ ଆସିଲେ ସେନେଇ ତଦନ୍ତ ଚଳାଇଛି।
ସ୍ଥାନିୟ ଅଞ୍ଚଳ ବାସୀଙ୍କ କହିବା ଅନୁଯାୟୀ, ଉକ୍ତ ମହିଳା ଜଣକ ଆଖ ପାଖ ଅଞ୍ଚଳର ନୁହେଁ ତାଙ୍କୁ ହତ୍ୟା କରାଯାଇ ଶବକୁ ଏଠାରେ ପକାଇ ଦିଆଯାଇଛି।