ଚମ୍ପୁଆ, ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଚଉଠିଆ ଗ୍ରାମପଞ୍ଚାୟତର ଗୁଣ୍ଡୁଣିଆଁ ଗ୍ରାମର ପରିବେଶବିତ୍ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଶୀନାଥ ମହାନ୍ତଙ୍କୁ ଜାଲି ହସ୍ତୀ ସ୍ମୃତି ସ୍ତମ୍ଭର ପ୍ରତିଷ୍ଠା ଦିବସରେ ଗଜରାଜ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଆୟୋଜିତ ସଭାରେ ହସ୍ତୀ ସ୍ମୃତିସ୍ତମ୍ଭ କମିଟିର ସଭାପତି ଶିକ୍ଷାବିତ୍ ଜଗବନ୍ଧୁ ମହାନ୍ତ ସଭାପତିତ୍ବ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ମୁଖ୍ୟ ବନ ଅଧିକାରୀ ଡି.ଫ୍.ଓ.-ଏଚ୍.ଡି.ହନୁମନ୍ତ ଧନରାଜ୍, ମୁଖ୍ୟ ବକ୍ତା ମହାରାଜ ଶ୍ରୀରାମ ଚନ୍ଦ୍ର ବିଶ୍ଵବିଦ୍ୟାଳୟ, ଦିତ୍ଵୀୟ ପରିସର କେନ୍ଦୁଝରର ନିର୍ଦ୍ଦେଶକ ପ୍ରାଧ୍ୟାପକ ଡ଼କ୍ଟର ବବୃବାହନ ମହାପାତ୍ର, ସମାଜ ସେବୀ ସଂଗଠକ କବି କୈଳାଶ ଚନ୍ଦ୍ର ତନ୍ତୀ, ହସ୍ତୀ ସ୍ମୃତି ସ୍ତମ୍ଭର ପ୍ରତିଷ୍ଠାତା ପ୍ରଫେସର୍ ଡ଼କ୍ଟର କୃଷ୍ଣ ଚନ୍ଦ୍ର ନାୟକ, କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ, ନନ୍ଦପୁରର ପ୍ରଧାନ ଶିକ୍ଷକ ନୀଳାମ୍ବର ମହାନ୍ତ ପ୍ରମୁଖ ଯୋଗଦେଇ ଶ୍ରୀ ମହାନ୍ତଙ୍କୁ ପରିବେଶ ସଚେତନତା, ବୃକ୍ଷ ରୋପଣ ଇତ୍ୟାଦିରେ ଯୋଗଦାନ ପାଇଁ ଗଜରାଜ ସମ୍ମାନରେ ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମଟି ହସ୍ତୀ ସ୍ମୃତି ସ୍ତମ୍ଭ କମିଟିର ସଦସ୍ୟ ଲକ୍ଷ୍ମୀଧର ନାୟକ, ସୁଷମା ନାୟକ, ଯଯାତି ନାୟକ, ସ୍ଵୟଂପ୍ରଭା ନାୟକ, ପ୍ରଜ୍ଞାପରମିତା, ଅପରାଜିତା ପ୍ରିୟଦର୍ଶିନୀ, କବିନ୍ଦ୍ର ନାୟକ, ଡମ୍ବରୁଧର ମହାନ୍ତଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ ଶେଷରେ ବିରେନ୍ଦ୍ର କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।