ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପାଞ୍ଚଦିନ ଧରି ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଓରମାସ ୪ କୋଟି ୨୫ ଲକ୍ଷ ଟଙ୍କାର ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଥିବା ଓରମାସ୍ ର ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ରୋସନ୍ କାର୍ତ୍ତିକ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ପଲ୍ଲିଶ୍ରୀ ମେଳାରେ ୧୯୫ଟି ଷ୍ଟଲ୍ ପଡ଼ିଥିଲା । ବ୍ୟବସାୟୀ , ଓର୍ମାସ୍ ଏବଂ ଏସ୍ଏଚ୍ଜି ଗ୍ରୁପ୍ ସଦସ୍ୟାମାନେ ବିଭିନ୍ନ ଷ୍ଟଲ୍ ନେଇଥିଲେ । ମେଳାର ପ୍ରଥମ ଦିନରେ ୨୬ ଲକ୍ଷ ୫୩ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ୫୭ ଲକ୍ଷ ୭୭ ହଜାର, ତୃତୀୟ ଦିନରେ ୧୧ ଲକ୍ଷ ୫୮ ହଜାର ୨୭୮ ଟଙ୍କା, ଚତୁର୍ଥ ଦିନରେ ୭୭ ଲକ୍ଷ ୬ ହଜାର ୪୫୯ ଟଙ୍କା ଏବଂ ଶେଷ ଦିନରେ ୧୨ ଲକ୍ଷ ୭୮ ହଜାର ୧୯୩ ଟଙ୍କାର ବ୍ୟବସାୟ ହୋଇଥିବା ଶ୍ରୀ ରୋସନ୍ ସୂଚନା ଦେଇଛନ୍ତି ।