ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ଲକ୍ଷ୍ମଣ ନାୟକ ଭବନ ଠାରେ ଭାରତୀୟ ଜନତା ପାର୍ଟି ମାଥିଲି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡର ସାଂସଦ ଜୁଏଲ ଓରାମ ଯୋଗଦେଇଥିଲେ।
ଏହି ଅବସରରେ ବିଜେପି ମାଲକାନଗିରି ଜିଲ୍ଲାର ସଭାପତି ନିମାଇ ଚନ୍ଦ୍ର ପାଲ, ବାଲିମେଳା ଏନଏସି ଅଧକ୍ଷ ପ୍ରଦୀପ ନାୟକ, ରାଜ୍ୟ ଅନୁସୂଚିତ ଜନଜାତିର ସମ୍ପାଦକ ଜଳନ୍ଧର ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ସୁରଭି ପାଣି, କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦକ ବୈଦ୍ୟନାଥ ମିଶ୍ର, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପାର୍ଥି ପଦୁ ମାଝି, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ, ଅକ୍ଷୟ ବିଶ୍ଵାଳ, ଜିଲ୍ଲା ସମ୍ପାଦିକା ସନ୍ତୋଷିନୀ ପାତ୍ର ପ୍ରମୁଖ କାର୍ଯ୍ୟକାରିଣୀ ବୈଠକରେ ମଞ୍ଚାସିନ ଥିଲେ। ଏହି ବୈଠକରେ ଜିଲ୍ଲା ପଦାଧିକାରୀ ମାନଙ୍କ ସହିତ ମାଥିଲି ମଣ୍ଡଳର ସମସ୍ତ ମଣ୍ଡଳ ପଦାଧିକାରୀ ଉପସ୍ଥିତ ଥିଲେ।