ଗଞ୍ଜାମ, ରାଜନୈତିକ ଶତୃତାରୁ ୨୦୧୨ ମସିହା ଫେବୃଆରୀ ମାସରେ ସଂଗଠିତ ବହୁଚର୍ଚ୍ଚିତ ରାମ ପାଢୀ ହତ୍ୟା ମାମଲାର ବିଚାର କରି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଏଡିଜେ-୩) ଇନ୍ଦୁ ଶର୍ମା ସାକ୍ଷ୍ୟ ପ୍ରମାଣ ଅଭାବରୁ ୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି ।
ଏହି ହତ୍ୟା ମାମଲାରେ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ । ତେବେ ଅଭିଯୁକ୍ତ କାଳିଆ ରେଡ୍ଡି ଏବେ ବି ପୋଲିସ ରେକର୍ଡ଼ରେ ଫେରାର୍ ରହିଛି । ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବନାମାଳି ପ୍ରଧାନଙ୍କୁ ବାଦ୍ ଦେଇ ଅନ୍ୟମାନେ ଜାମିନ୍ ରେ ମୁକୁଳିଥିଲେ । ଜାମିନ୍ ରେ ମୁକୁଳି ଥିବା ତଥା ରାମ ପାଢୀ ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରଦୀପ ବିଶୋଇଙ୍କୁ ହତ୍ୟା କରାଯାଇଥିଲା ।
ଆଜି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ୯ ଜଣ ଅଭିଯୁକ୍ତ ହେଲେ ବନମାଳି ପ୍ରଧାନ, ଶରତ ମୁଦୁଲି, ଚନ୍ଦନ ଦେହୁରୀ, ସନ୍ତୋଷ ମହାନ୍ତି, କଙ୍ଗାରୁ ଭୂୟାଁ, ବଂଶୀ ବିଶୋଇ, ସୁଶାନ୍ତ ବିଶୋଇ, ମୁରଲୀ ବିଶୋଇ ଓ ଯୁଧିଷ୍ଠିର ବିଶୋଇ ।