ଭୁବନେଶ୍ୱର,ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଘଟଣାରେ ଫେରାର ହୋଇଥିବା ଦ୍ୱିତୀୟ ଅଭିଯୁକ୍ତକୁ ଜିଆର୍ପି ଥାନା ପୁଲିସ୍ ଗିରଫ କରିଛି । ଅଭିଯୁକ୍ତକୁ ପୁଲିସ୍ ବାଙ୍କୀ ଅଞ୍ଚଳରୁ ଗିରଫ କରିଛି । ଅଭିଯୁକ୍ତ ଅନ୍ୟ ରାଜ୍ୟକୁ ଯିବା ପାଇଁ ଉଦ୍ୟମ କରିବା ବେଳେ ଜିଆର୍ପି ପୁଲିସ୍ ଖବର ପାଇଁ ଧରିଥିବା ସୂଚନା ରହିିଛି ।
ଉଲ୍ଲେଖନୀୟ ଯେ ପୂର୍ବରୁ ଗତ ୧୮ ତାରିଖରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୁଲିସ ଗିରଫ କରିଥିଲା ।