ଭୁବନେଶ୍ୱର, ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ କରାଯିବା ସହ ପ୍ରତିବାଦ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ହୋଇଥିବା ବେଳେ ମଣ୍ଡି ଓ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ନିରୀହ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିବାଦରେ ଏହି ଘେରାଉ କରାଯାଇଛି । ଘେରାଉ ବେଳେ ପୋଲିସ ଓ ସଂଗଠନର କର୍ମୀ ମାନଙ୍କ ମଧ୍ୟରେ ଠେଲା ପେଲା ଓ ଧସ୍ତାଧସ୍ତି ହେବାର ଦେଖିବାକୁ ମିଳିଛି ।
ସଂଗଠନର କର୍ମକର୍ତା ମାନଙ୍କ କହିବା ଅନୁସାରେ ୧୨ ଜଣ ଚାଷୀଙ୍କୁ ମିଥ୍ୟାରୋପରେ ଗିରଫ କରାଯାଇଛି । ତେଣୁ ସେମାନେ ଅହାକୁ ବିରୋଧ କରି ବିରୋଧ ପ୍ରଦର୍ଶନ କରିଛନ୍ତି । କେବଳ ସେତିକି ନୁହେଁ ଯାଜପୁରରେ ନିବନିର୍ମାଣ କୃଷକର ରାଲି ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସର ନାଲି ଆଖି ଓ ମାଡ଼ ଧମକକୁ ନେଇ ମଧ୍ୟ ପ୍ରତିବାଦ କରାଯାଇଛି । ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।