ରାଉରକେଲା, ରାଉରକେଲା ସହରରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ଵକପ ଚାଲିଥିବା ବେଳେ ଆଗାମୀ ଦୁଇଦିନ ୨୬ ଓ ୨୮ତାରିଖ ଖେଳ ଲାଗି ଦଳୀୟ ଲୋକ ଓ ସମର୍ଥକ ମାନଙ୍କର ରାଉରକେଲାରେ ରହିଥିବା ବିଧାୟକ ମାନଙ୍କ ଘର ଆଗରେ ସକାଳୁ ୬୦ /୭୦ ଲୋକଙ୍କର ଭିଡ ଜମୁଥିବା ଦେଖାଯାଉଛି । ବିଶେଷ କରି ବିଜେଡି ବିଧାୟକ ମମାନଙ୍କ ଘର ଆଗରେ ଅଧିକ ଭିଡ ଜମୁଛି । ଏଥିଲାଗି ସକାଳୁ ବିଧାୟକ ମାନେ ନିଜ କାମରେ ଯାଇ ଫେରିବା ବେଳକୁ ସେମାନଙ୍କୁ ଘେରିଯାଉଛନ୍ତି ତାଙ୍କ ସମର୍ଥକ ମାନେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭାଇ ଟିକେଟ ୨/୪ଟା ଦିଅନ୍ତୁ, ପରିବାର ସହ ଖେଳ ଦେଖିବାକୁ ଯିବୁ । ଗତକାଲିର ଖେଳ ଠାରୁ ଆଗାମୀ ଦୁଇଦିନର ଖେଳ ଲାଗି ଏହି ଭିଡ ଅଧିକ ଦେଖାଯାଉଛି । କାରଣ ଆଉ ଏଫଆଇଏଚ ପକ୍ଷରୁ ଟିକେଟ ବିକା ଯାଉନଥିବାରୁ ସମସ୍ତଙ୍କର ଧାରଣା ବିଧାୟକ ମାନଙ୍କୁ ଧରିଲେ ଟିକେଟ ମିଳିଯିବ । ତେବେ ନିକଟରେ ଏଭଳି ଭିଡ ଦେଖି ରାଉରକେଲା ବିଧାୟକ ଆଶ୍ଚର୍ଯ୍ୟ ହୋଇଯାଇଥିବା ଖବର ମିଳିଛି । ଭିଡ ସମୟରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଆଉ ଜଣେ କହିଲେ କମିଶନରଙ୍କ ପାଖକୁ ଯାଅ ଟିକେଟ ମିଳିଜିବ, ଫଳରେ ସେ ସାର ବିଗିଡିଯାଇ କହିଲେ ଆମେ ଭୋଟ ଯାହାକୁ ଦେଇଛୁ ତାଙ୍କୁ କହିବୁ, ଅଫିସରଙ୍କୁ କାହିଁକି କହିବୁ ? ଏଠାରୁ ବୁଝାଗଲା ବିଧାୟକ ହେଲା ପରେ ଲୋକଙ୍କର ଅନ୍ୟାନ୍ୟ କାମ ସାଙ୍ଗକୁ ଏସବୁ କଥା ମଧ୍ୟ ବୁଝିବାକୁ ପଡିବ । ତେବେ ରାଉରକେଲା ବିଧାୟକ ତାଙ୍କର ଜଣେ ସମର୍ଥକଙ୍କୁ କହିଲେ ଯାହାର ଯାହା ଦରକାର ଗୋଟାଏ କାଗଜରେ ଲେଖି ରଖ ସେକଥା ବୁଝିବା । ତା ପରେ ସମସ୍ତେ ନିଜ ନିଜର ଆବଶ୍ୟକତା ଲେଖି ୨୬ ତାରିଖକୁ ଅପକ୍ଷା କରିଛନ୍ତି । ତେବେ ହକି ପଡିଆ ତିଆରି ସମୟରୁ ଖେଳ ଆରମ୍ଭ, ଚାଲିବା ଭିତରେ ରାଉରକେଲା ବିଧାୟକ ମାନଙ୍କର ବ୍ୟସ୍ତତା ଅଧିକ ବଢିଯାଇଛି। ତା ଭିତରେ ଖେଳ ଲାଗି ଟିକେଟକୁ ନେଇ ତାଙ୍କ ସମର୍ଥକ ମାନଙ୍କର ଭିଡ ସେମାନଙ୍କର କାର୍ଯ୍ୟବ୍ୟସ୍ତତା ସମସ୍ୟାକୁ ଅଧିକ ବଢାଇ ଦେଇଥିବା କୁହାଯାଉଛି ।
Related Stories
November 22, 2024