
ସାନଖେମୁଣ୍ଡି: ସାନଖେମୁଣ୍ଡି ତାଲୁକା କୁରାଲ ସମାଜର ବାର୍ଷିକ ସମ୍ମିଳନୀ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାଶୀଗୁଡା ଗ୍ରାମ କୁମ୍ଭାର ସମାଜ ସାହିରେ ଅନୁଷ୍ଠିତ ହୋଇଯାଇଛି। କୁମ୍ଭକାର ସମାଜ ପକ୍ଷରୁ କୁରାଳ ପଞ୍ଚମୀ ପାଳନ କରାଯିବ ସହ ବାର୍ଷିକ ଅଧିବେଶନରେ ତାଲୁକ ସଭାପତି ରଘୁନାଥ ବେହେରା ଅଧକ୍ଷତା କରିଥିଲେ। କୁରାଳ ସମାଜ ସାନଖେମୁଣ୍ଡି ତାଲୁକରେ କୁମ୍ଭକାର ପରିବାର ମାନଙ୍କ ଜାତିଗତ ସମସ୍ୟା, ସାମାଜିକ ଚଳଣି, ନାରିଶିକ୍ଷା, ଚରାରୋପଣ, ପରିବେଶ ସୁରକ୍ଷା, କୁସଂସ୍କାର ପ୍ରଥା ବିଲୋପ ସମତେ ଶିକ୍ଷା, ସଂସ୍କୃତି ସହ ଜାତିଗତ ଏକତା ରକ୍ଷା ଉପରେ ଗୁରୁତ୍ୱରୋପ କରାଯାଇଥିଲା। ବାର୍ଷିକ ସମ୍ମିଳନୀ ଅବସରରେ ସପ୍ତାହବ୍ୟାପୀ ରାମଚରିତ ମାନସ ପରାୟଣରେ ସନ୍ତ ଶିରୋମଣି ଗୋକୁଳାନନ୍ଦ ସରସ୍ବତୀ ମହାରାଜ ପ୍ରବଚନ ଦେଉଥିବା ବେଳେ ଅତିଥି ଭାବେ ଜିଲ୍ଲା ସଭାପତି ରଘୁନାଥ ବେହେରା, ସଂପାଦକ ରାଜେନ୍ଦ୍ର ବେହେରା, କୂଳାଧିଶ ତାରିଣୀ ବେହେରା, ଉପସଭାପତି ଭାଗବତ ବେହେରା, ସମ୍ପାଦକ ବିନୋଦ ଚନ୍ଦ୍ର ବେହେରା, ସହ ସମ୍ପାଦକ ସୀମାଞ୍ଚଳ ବେହେରା, କୋଷଧକ୍ଷ ଡାକ୍ତର ବେହେରାଙ୍କ ସମତେ ବହୁ ସମାଜ ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରଯାଇଥିବା ବେଳେ ଫାସିଗୁଡା ସାହି ସଭାପତି ପ୍ରଫୁଲ ବେହେରା, ସମ୍ପାଦକ ଶଙ୍କର୍ଷଣ ବେହେରା, ବିନୋଦ ଚନ୍ଦ୍ର ବେହେରା, ବସନ୍ତ କୁମାର ବେହେରା, ମୁଖ୍ୟ ସଂଗଠକ ରମେଶ ବେହେରାଙ୍କ ସମତେ ଫାସିଗୁଡା କୁରାଳ ସାହି ବାସିନ୍ଦା ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ