
ଜୟପୁର, ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୨୬ର ତହସିଲ ଅଫିସ ନିକଟରେ ଜଣେ ବ୍ୟକ୍ତିର ଅସ୍ଵାଭାବିକ ଭାବେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଛତିଶଗଡ ଜଗଦଲପୁରର ବାବୁ ଲାଲ ଚକ୍ରବର୍ତି (୫୦) ।
ପୋଲିସ ସୂଚନା ଅନୁଯାଇ, ବାବୁ ଲାଲ ଚକ୍ରବର୍ତି ଛତିଶଗଡ ଜଗଦଲପୁରରୁ ଆସି ଭିଣେଇ ସହ ଜୟପୁର ତହସିଲ ନିକଟରେ ଫନିଚର ବିକ୍ରୟ କରୁଥିଲେ । ସେ ହଠାତ ରାତିରେ ମୁୃତ୍ୟୁ ବରଣ କରିଥିଲେ । ଏନେଇ ଟାଉନ ପୋଲିସ ସୂଚନା ପାଇ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏ ସଂକ୍ରାନ୍ତରେ ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁଛି। ଶୁକ୍ରବାର ଶବ ବ୍ୟବଛେଦ କରାଯାଇଥିବା ନେଇ ଟାଉନ ଥାନା ଅଧିକାରି ସମ୍ବିତ ବେହେରା ସୂଚନା ଦେଇଛନ୍ତି ।