
ଜୟପୁର, ଆସନ୍ତା ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ଭାରତ ଯୋଡ କାଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କୋରାପୁଟ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ଵାନରେ ବାବା ସାହେବ କଲ୍ୟାଣ ମଣ୍ଡପରେ ଆୟୋଜିତ ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ବୈଠକରେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବିନୋଦ ମହାପାତ୍ର, ମଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନବରଙ୍ଗପୁର ଠାରୁ ଭାରତ ଯୋଡ ପଦ ଯାତ୍ରା ଆରମ୍ଭ କରି ଜୟପୁର ପଯ୍ୟନ୍ତ ଆସି ଜୟପୁରରେ ପଦ ଯାତ୍ରା କରିବେ । ପ୍ରଥମେ ବୋରିଗୁମ୍ମା, ଉମୁରି ଠାରେ ପଦ ଯାତ୍ରା ହେବ । ରାତ୍ର ରହଣି ପରେ ପୁନଃ ୨୭ ତାରିଖରେ ଜୟପୁର ଠାରୁ ବାହାରି କୋରାପୁଟ ସହର ପରିକ୍ରମା କରି ରାୟଗଡା ଜିଲା ଗସ୍ତ କରିବେ ।