ବୌଦ୍ଧ,ପୋଲିସ ବରଦିରେ ଲାଗିଲା କଳା ଛିଟା। ପୋଲିସ ଅଧିକାରୀ କରୁଥିଲେ ଗଞ୍ଜେଇ ବେପାର। ପୋଲିସ ଅଧିକାରୀଙ୍କ ବାସଭବନରୁ ଜବତ ହେଲା ଗଞ୍ଜେଇ। ଗଞ୍ଜେଇ କାରବାରରେ ସମ୍ପୃକ୍ତି ନେଇ ଧରାପଡ଼ିବା ପରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ନିଲମ୍ବିତ ହେଲେ ପୋଲିସ ଅଧିକାରୀ। ବୌଦ୍ଧ ଗଞ୍ଜେଇ କାରବାର ସମ୍ପୃକ୍ତିରେ ବଘିଆପଡା ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ । ନିଲମ୍ବନ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା । ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଗତ ୧୬ ତାରିଖରେ ଜଣେ ଗଞ୍ଜେଇ ବେପାରି ଠାରୁ ଏକ ବାଇକ ସହ ୧୬ କିଲୋ ଗଂଜେଇ ଧରିଥିଲେ । ଅଭିଯୁକ୍ତକୁ ଛାଡିବା ସହ ଗଂଜେଇ ନିଜ ସରକାରୀ କ୍ଵାର୍ଟରରେ ରଖିଥିଲେ । ଅଭିଯୋଗ କ୍ରମେ ଏସପି ଘଟଣାର ତଦନ୍ତ କରିଥିବା ବେଳେ ତାଙ୍କ ସରକାରୀ ବାସଭବନରୁ ଗଞ୍ଜେଇ ସହିତ ବାଇକ୍ ମଧ୍ୟ ଜବତ ହୋଇଥିଲା । ତେବେ ଏହି ବେପାରରେ ପୋଲିସ୍ ନିଜେ ଡ଼ିଲ କରି ଗଞ୍ଜେଇ ବେପାରୀଙ୍କ ସହିତ ମିଶିଥିବରୁ ଫାଣ୍ଡି ଅଧିକାରୀ ସନାତନ ପ୍ରଧାନଙ୍କ ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ସଂପୃକ୍ତି ଥିବାରୁ ସମସ୍ତଙ୍କୁ ଆରକ୍ଷୀ ଅଧିକ୍ଷକ ନିଲମ୍ବନ କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ସେହି ଫାଣ୍ଡିରେ ଏଭଳି ଅଭିଯୋଗ ଆସିଥିବା ବେଳେ ପୂର୍ବରୁ ମଧ୍ୟ ଜଣେ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଥିଲା ।
ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ବଘିଆପଡା ଫାଣ୍ଡି ଅଞ୍ଚଳ ବେରେଡାବେରି ଛକ ନିକଟରୁ ଜଣେ ଯୁବକ ଗଞ୍ଜେଇ ନେଇ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ବାଇକ୍ ଟିକୁ ଅଟକାଇଥଲେ । ସେଥିରେ ଗଞ୍ଜେଇ ଥିବା ଦେଖି ତାଙ୍କୁ ଫାଣ୍ଡିକୁ ନେଇ ଆସିଥିଲେ ହେଲେ ସେଠାରେ ଗଞ୍ଜେଇ ବେପାରୀଙ୍କ ସହ ଡିଲ କରି ବେପାରୀ ଜଣକୁ ଛାଡି ଦେଇଥିବା ବେଳେ ଗଞ୍ଜେଇକୁ ଏବଂ ତାଙ୍କ ବାଇକ୍ କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ । ତେବେ ଏ ନେଇ ବୌଦ୍ଧ ଏସପିଙ୍କ ପାଖରେ ଅଭିଯୋଗ ହୋଇଥିଲା।