ଭୁବନେଶ୍ଵର,ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୩୨.୫ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବାଲେଶ୍ଵରରେ ୧୩.୩ ଡ଼ିଗ୍ରୀ ଏବଂ କିରେଇରେ ୧୧.୭ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ପାର୍ବତ୍ୟାଚଂଳରେ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୧.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୮.୭ ଡ଼ିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୮.୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି । କଟକରେ ସର୍ବୋଚ୍ଚ ତାପମାତ୍ରା ୨୮.୦ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୭.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଅନୁରୂପ ଭାବେ ରାତ୍ରି ତାପମାତ୍ରା ଭୁବନେଶ୍ଵରରେ ୧୮.୨ ଡ଼ିଗ୍ରୀ ଏବଂ କଟକରେ ୧୭.୪ ଡ଼ିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।