
-
ସରକାରଙ୍କ ପ୍ରମୁଖ ଅଂଶ ହୋଇଥିବା କାରଣରୁ ଏମାନେ ବିକଶିତ ଭାରତର ଯାତ୍ରାରେ ସକ୍ରିୟ ଭାଗିଦାର ହେବେ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ସରକାରୀ ପଦରେ ଚୟନିତ 71 ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ଏହି ଅବସରରେ ସେ କହିଛନ୍ତି ଯେ ରୋଜଗାର ମେଳା ଆଜି ଆମ ସରକାରଙ୍କ ପରିଚୟ ହୋଇ ସାରିଛି । ଆମ ସରକାର ଯାହା ସଂକଳ୍ପ ନିଏ ତାହାକୁ ସିଦ୍ଧ କରିଥାଏ ବୋଲି ଏହା ପ୍ରମାଣିତ କରୁଛି । ଆଜି ଯାହାକୁ ନିଯୁକ୍ତି ପତ୍ର ମିଳିଲା ସେମାନଙ୍କ ପାଇଁ ଏହା ଏକ ନୂଆ ଯାତ୍ରା । ସରକାରଙ୍କ ପ୍ରମୁଖ ଅଂଶ ହୋଇଥିବା କାରଣରୁ ଆପଣ ମାନେ ବିକଶିତ ଭାରତର ଯାତ୍ରାରେ ସକ୍ରିୟ ଭାଗିଦାର ହେବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୋଜଗାର ମେଳା ଜରିଆରେ ଯୁବକ ମାନଙ୍କର ସଶକ୍ତିକରଣ ହେଉଛି ଓ ଦେଶର ବିକାଶରେ ଭାଗିଦାରୀ ମଧ୍ୟ ସୁନିଶ୍ଚିତ ହେଉଛି । ଗୋଟିଏ ସମୟ ଏପରି ମଧ୍ୟ ଥିଲା ଯେତେବେଳେ ନିୟମିତ ପଦୋନ୍ନତି ବାଧିତ ହେଉଥିଲା । କେନ୍ଦ୍ର ସରକାରଙ୍କର ଭର୍ତି ପ୍ରକ୍ରିୟାରେ ପରିବର୍ତନ ହୋଇଛି । ଏବେ କେନ୍ଦ୍ର ସରକାରଙ୍କ ଭର୍ତି ପ୍ରକ୍ରିୟା ଅଧିକ ସମୟବଦ୍ଧ ଓ ସୁବ୍ୟବସ୍ଥିତ ହୋଇଛି । ସ୍ୱଚ୍ଛ ଉପାୟରେ ଭର୍ତି ହେବା ସହ ପଦୋନ୍ନତି ଯୁବକ ମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଛି ।