
ରାଉରକେଲା, ରାଉରକେଲା ଷ୍ଠିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ଵକପ ଚାଲିଥିବା ବେଳେ ଜିଲ୍ଲାର ସାମ୍ବାଦିକ ମାନଙ୍କ ଲାଗି ପ୍ରଶାସନ ପକ୍ଷରୁ କେବଳ ବେଳେ ଅଧେ ୧୦୦ ଟଙ୍କିଆ ପାଶ ଗୋଟାଏ ଧରାଇ ଦିଆଯାଇ କବାଟ କିଳିଦିଆଯାଉଥିବାରୁ ସାମ୍ବାଦିକ ମହଲରେ ତିବ୍ର ଅସନ୍ତୋଷ ପାଇଥିବା ବେଳେ ହକି ଷ୍ଟାଡିୟମ ଭିତରେ ଲାଗିଥିବା ଦୋକାନ ଗୁଡିକରେ ମନଇଛା ଚଢା ଦାମରେ ଖାଦ୍ୟପଦାର୍ଥ ବିକ୍ରି ଚାଲିଥିବା ଯୋଗୁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଖବରରରୁ ଜଣାପଡିଛି, ବର୍ଷ କାଳ ରାଉରକେଲା ସମେତ ଜିଲ୍ଲାର ସମସ୍ତ ସାମ୍ବାଦିକ ସରକାରୀ କାର୍ଯ୍ୟକ୍ରମ ଗୁଡିକ ସହ ନେତା ମନ୍ତ୍ରୀଙ୍କ ଗସ୍ତ ଆଦିକୁ ପ୍ରଚାର କରିବାରେ ସହଯୋଗ କରିଥାନ୍ତି । ଲୋକ ସଂପର୍କ ବିଭାଗ ଦେଉଥିବା ରିଲିଜ ଗୁଡିକ ମଧ୍ୟ ଛାପିଥାନ୍ତି । ସମସ୍ତଙ୍କର ଆଶା ଥିଲା ହକି ଆରମ୍ଭ ହେଲେ ନିଜ ପରିବାର ସହ ଯାଇ ଖେଳ ଟିକେ ଦେଖିବେ, ଏଥିଲାଗି ପ୍ରଶାସନ ପକ୍ଷରୁ ପାଶ ବ୍ୟବସ୍ଥା କରାଜିବ । ଏଫଆଇଏଚ ପକ୍ଷରୁ ଯେଉଁମାନଙ୍କୁ ପାଶ ମିଳିଛି ସେମାନେ ପ୍ରତିଦିନ ଭିତରକୁ ଜିବା ସହ ନିଜପେଶା କରି ଆପ୍ୟାୟିତ ହେଲେ, ସେ ଖବର ଅନ୍ୟ ସାମ୍ବାଦିକ ଜାଣିଲେ କିନ୍ତୁ କୌଣସି ପ୍ରତିକ୍ରିୟା ନଥିଲା । ହେଲେ ଲୋକ ସଂପର୍କ ବିଭାଗ ପକ୍ଷରୁ ଅନ୍ୟମାନଙ୍କୁ ସେଭଳି ସହଯୋଗ କରାନଜିବାରୁ ଅସନ୍ତୋଷ ବଢିଛି ।ଏପରିକି ଉଦଘାଟନୀ ଉତ୍ସବ ଦିନ କିଛି ସାମ୍ବାଦିକ ପ୍ରତିବାଦ କରି ଥାନାରେ ଅଟକ ରହିଥିଲେ । ଏକଥା ତ କେହି ବୁଝିଲେନି କେବଳ ମଝି ମଝିରେ ସାମ୍ବାଦିକ ପିଛା ଗୋଟାଏ ଲେଖାଏଁ ୧୦୦ ଟଙ୍କିଆ ଟିକେଟର ବ୍ୟବସ୍ଥା ହୋଇଛି । ତେବେ ଏବେ ଆଉ ଟିକେଟ ମିଳୁ ନଥିବା ବେଳେ ଏକ ନିର୍ଦ୍ଦିଷ୍ଟ ପଲିଟିକାଲ ଦଳ ପାଖରେ ଟିକେଟ ହାଉଯାଉ । ସେପଟେ କିଛି ଲୋକ ଗେଟ ପାଖରେ ୨୦୦୦, ୫୦୦୦ ଟଙ୍କାରେ ଟିକେଟ କଳାବଜାର ମଧ୍ୟ କରୁଛନ୍ତି । ଏନେଇ ପୁଲିସ ମଧ୍ୟ ନୀରବ । ଅବଶ୍ୟ ମଉକା ଦେଖି ଖେଳ ଦେଖି ଟିକେଟ ବ୍ଲାକ ହେଉଛି । ସେପଟେ ଷ୍ଟାଡିୟମ ଭିତର ଚା ଗୋଟାଏ ୫୦ ଟଙ୍କା, କଫି ୧୦୦ରୁ ୧୨୦, ସିଙ୍ଗଡା ୨୫ ଟଙ୍କା, ପପକନ ୬୦ ଟଙ୍କା, କେକ ୫୦ରୁ ୧୦୦ ଟଙ୍କା, ନାନ ୨ଟାକୁ ୧୨୦ ଟଙ୍କା, ପାଣି ବୋତଲ ୪୦ ଟଙ୍କାରେ ବିକା ଚାଲିଛି । ଏଥିରେ ପ୍ୟାକେଜ କମ୍ୟିୁଡିଟି ଆକ୍ଟର ଭାଉଲେସନ ମଧ୍ୟ ହେଉଛି । ତାକୁ କେହି ଦେଖିବାର ନାହିଁ । ବାହାର ଦାମ ଠାରୁ ୪ ଗୁଣା ୬ ଗୁଣା ରେଟରେ ଖାଦ୍ୟ ବିକାଯାଉଥିବା ବେଳେ ଭିତରକୁ କିଛି ନେବାକୁ ମନା କରାଯାଇଛି । ତେଣୁ ଲୋକେ ବାଧ୍ୟ ହୋଇ ଏସବୁ ଅସନ୍ତୋଷର ସହ କିଣୁଛନ୍ତି । ଏଭଳି ବ୍ୟବସ୍ଥା କଣ ଲାଗି ବୋଲି ପ୍ରଶ୍ନ ହେଲେ ବି କେହି ଉତର ଦେବାକୁ ନାହିଁ । ଯାହା ସମସ୍ତଙ୍କୁ ଚକିତ କରିଛି।