କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ଶ୍ରୀକ୍ଷେତ୍ର ଧାମରେ ପ୍ରଥମ ଥର ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ମହାକୁମ୍ଭ ସମାବେଶ ବଡଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସ ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଧାମରେ ମନ୍ତ୍ର ଗାନ ପୂର୍ବକ ଏହି ରାଜ୍ୟସ୍ତରୀୟ ଗବେଷକ ସମ୍ମିଳନୀକୁ ଟ୍ରଷ୍ଟର ସଚିବ ପୁରୀ,ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବତାରଣ ସାହୁ ଉଦଘାଟିତ କରିଥିଲେ ।
ପ୍ରାରମ୍ଭରେ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ଜଣାଇବା ପରେ ଡକ୍ଟର ଭାସ୍କର ମିଶ୍ର ଏହି ଅଭିନବ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉତ୍କଳ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତାକୁ ପ୍ରତିପାଦିତ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରି ବିଶ୍ଵ ଦରବାରରେ ଶ୍ରୀଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଗବେଷକମାନେ ବହୁ ଶ୍ରମ ସ୍ଵୀକାର ପୂର୍ବକ ନିଯୋଗର ସଭାପତି ବରିଷ୍ଠ ସେବକ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଗବେଷକ କରିଥିବା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ରୂପେ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ ଓ ଭିତରଛ ସେବାୟତ ସମ୍ମିଳନୀର ସଫଳତା କାମନା କରିଥିଲେ ।
ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଅଧୀନରେ ଶ୍ରୀଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଭବ ଉପରେ ଗବେଷଣା କରି ଡିଗ୍ରୀଧାରୀ ଗବେଷକମାନେ ନିଜର ସନ୍ଦର୍ଭକୁ ଉପସ୍ଥାପନ କରିବା ସମେଳନର ଅନ୍ୟ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଆଡ଼ଭୋକେଟ୍ ପୂର୍ଣ୍ଣଚନ୍ଦ୍ର ଦାସ ଧନ୍ୟବାଦାର୍ପଣ ଜଣାଇବା ସହିତ ଟ୍ରଷ୍ଟ ପକ୍ଷରୁ ବିଶ୍ଵନାଥ ସାମନ୍ତରା, ନନ୍ଦ କିଶୋର ଜେନା, ରବିନାରାୟଣ ମହାପାତ୍ର, ଡକ୍ଟର ଗଙ୍ଗୋତ୍ରୀ ଦେବୀ, କୃଷ୍ଣଚନ୍ଦ୍ର ରଥ ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ । ରାଜ୍ୟସ୍ତରୀୟ ଏହି ଗବେଷକ ମାନଙ୍କ ମହାକୁମ୍ଭ ସମେଳନରେ ବହୁ ବରିଷ୍ଠ ସେବକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଗବେଷକମାନଙ୍କ ମଧ୍ୟରେ ଡକ୍ଟର ହରିହର କାନୁନ୍ଗୋ, ଡକ୍ଟର କଲ୍ୟାଣୀ ନନ୍ଦୀ ଶତପଥୀ, ପ୍ରାଧ୍ୟାପକ ସୁନୀଲ ରଥ, ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର, ଡଃ ନରେଶ ଚନ୍ଦ୍ର ଦାଶ, ଡକ୍ଟର ଅସିତ୍ ମହାନ୍ତି, ଡକ୍ଟର ସ୍ଵରିତା ପ୍ରଧାନ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମିଶ୍ର, ଡକ୍ଟର ନିବେଦିତା ମହାନ୍ତି, ଡଃ ଜ୍ୟୋତ୍ସ୍ନା ପାତ୍ର, ଡକ୍ଟର ଚିତ୍ତ ରଞ୍ଜନ ଦାଶ, ଡକ୍ଟର ଗୀତାରାଣୀ ମିଶ୍ର, ଡକ୍ଟର ହେନେରିତା ମିଶ୍ର, ଡକ୍ଟର ସନ୍ତୋଷ ରଥ, ଡକ୍ଟର ଶ୍ଵେତପଦ୍ମା ଶତପଥୀ, ଡକ୍ଟର ସିଦ୍ଧେଶ୍ଵର ମହାପାତ୍ର ପ୍ରମୁଖ ୬୦ରୁ ଉର୍ଦ୍ଧ୍ବ ଗବେଷକବୃନ୍ଦ ଅଂଶ ଗ୍ରହଣ କରିଥିଲେ ।