
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ କ୍ୟାମେରାରେ ଫଟୋ ଉତ୍ତୋଳନ କରି ୟୁଟ୍ୟୁବରେ ଅପଲୋଡ୍ କରିଥିବା କୋଲକାତାର ଅନିମେଶ ଚକ୍ରବର୍ତ୍ତୀଙ୍କୁ ବୁଧବାର ଦିନ ପୁରୀ ସିଂହଦ୍ୱାର ପୋଲିସ ଗିରଫ କରିଛି। ୟୁଟ୍ୟୁବ ଦେଖିବା ପରେ ଅନେକ ସଂସ୍ଥା ସିଂହଦ୍ୱାର ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ। ଏହା ସହିତ ଶ୍ରୀ ମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକଙ୍କ ପକ୍ଷରୁ ଏକ ଲିଖିତ ମାମଲା ପଞ୍ଜିକୃତ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ କାର୍ଯ୍ୟାନୁଷ୍ଠାନ ସମୟରେ ବୁଧବାର କୋଲକାତାରୁ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଉଲ୍ଲେଖନୀୟ କଥା ହେଉଛି, ଅନିମେଶ ତାଙ୍କ ଭୁଲକୁ ଗ୍ରହଣ କରି ସେ ସାମାଜିକ ମାଧ୍ୟମରେ କ୍ଷମା ମାଗିଥିଲେ କିନ୍ତୁ ଆଇନଗତ ଭାବେ ତାଙ୍କୁ ଗିରଫ କରାଯାଇଛି।