କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ପ୍ରବାସୀ ଓଡିଆ ବିକାଶ ସମିତି, ଓଡ଼ିଶା ସହ ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କର ସେତୁ ଭାବରେ କାର୍ଯ୍ୟ କରୁଥିବା ସଂଗଠନ ଅଟେ । ଓଡିଶାର ଉନ୍ନତି ପାଇଁ ଏହା ସର୍ବଦା ଚେଷ୍ଟିତ। ନବଚେତନା ସ୍ଵାଭିମାନ ଫାଉଣ୍ଡେସନ ଗୁଜୁରାଟ ଏକ ରାଷ୍ଟୀୟ ସଂଗଠନ ସମାଜର ଉନ୍ନତି ଉପରେ କାର୍ଯ୍ୟ କରୁଅଛି।
ୟୁଥହଷ୍ଟେଲ ପୁରୀ ରେ ବୈଦ୍ୟୁତିକ ଅଳିଆ ସଂଗ୍ରହ ଯାନ ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଡ. ସମ୍ବିତ ପାତ୍ର, ରାଷ୍ଟ୍ରୀୟ ମୁଖପାତ୍ର, ବିଜେପି ଯୋଗ ଦେଇ ଦୁଇ ଜଣ ଶିକ୍ଷିତ ଯୁବକ ସତ୍ୟବାଦୀ ର ଶ୍ରୀ ଅଭିନ୍ନ ଶତପଥୀ ଏବଂ ପୁରୀ ସଦର ର ଶ୍ରୀକାନ୍ତ ଜେନା ଙ୍କୁ ଏହାକୁ ଅର୍ପଣ କରିଥିଲେ।
ତାଙ୍କ ଭାଷଣରେ ସେ ଦିଲ୍ଲୀ ସ୍ଥିତ ପ୍ରବାସୀ ଓଡିଆ ବିକାଶ ସମିତି ଏବଂ ଏହାର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର ଙ୍କ ର ଏବଂ ଶ୍ରୀ ଜଗନ୍ନାଥ କୁଞ୍ଜବିହାରୀ ଙ୍କର ନବଚେତନା ସ୍ଵାଭିମାନ ଫାଉଣ୍ଡେସନ ର ଓଡିଶା ର ଜନସାଧାରଣ ବିଶେଷ କରି ଯୁବକ ମାନଙ୍କର ସ୍ୱାବଲମ୍ବନ ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ତାହାର ପ୍ରଶଂସା କରିଥିଲେ। ଏବଂ ଆହୁରି ଅଧିକ କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରିଥିଲେ।
ଶ୍ରୀ ପାତ୍ର ହିତାଧିକାରୀ ଙ୍କୁ ସ୍ୱାବଲମ୍ବୀ ହେବା ଲାଗି ପ୍ରେରିତ କରିଥିଲେ।
ଶ୍ରୀ ଜୟନ୍ତ ଷଡଙ୍ଗୀ, ବିଧାୟକ, ପୁରୀ ତାଙ୍କର ବକ୍ତବ୍ୟ ରେ ପିଓଭିଏସ୍ ଏବଂ ନବ ଚେତନା କୁ ତାଙ୍କର ଏହି ଆର୍ଥିକ ଉନ୍ନୟନ ରେ ସହାୟତା କରୁଥିବା କାର୍ଯ୍ୟ ପ୍ରଶଂଶନୀୟ ବୋଲି ପ୍ରକାଶ କରିଥିଲେ।
ଏହି ହିତାଧିକାରୀ ମାନେ ଆଦର୍ଶ ପ୍ରସ୍ତୁତ କରି ପୁରୀ ର ଆବର୍ଜନା ନିୟନ୍ତ୍ରଣ ରେ ପୁରୀ ପୌରସଂସ୍ଥା ଏବଂ ଜଗନ୍ନାଥ ମନ୍ଦିର ପ୍ରଶାସନ କୁ ସହଯୋଗ କରି ଭବିଷ୍ୟତ ପୁରୀ କୁ ଅଧିକ ସୁନ୍ଦର କରିବେ ବୋଲି ଆଶାବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ କୁ ଶ୍ରୀ ଜଗନ୍ନାଥ କୁଞ୍ଜବିହାରୀ, ରାଷ୍ଟ୍ରୀୟ ସଂଯୋଜକ, ପ୍ରବାସୀ ଓଡିଆ ବିକାଶ ସମିତି ଏବଂ NCSF ସଂଯୋଜନା କରିଥିଲେ ଏବଂ ଆଇଆର୍ସିଟିସି ର ସିଏସ୍ଆର୍ କୁ ପ୍ରସଂଶା କରିଥିଲେ।
ପିଓଭିଏସ୍ ର ଅନ୍ତରାଷ୍ଟ୍ରୀୟ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର ଦିଲ୍ଲୀ ରୁ ତାଙ୍କ ବାର୍ତ୍ତା ରେ ସମସ୍ତ ସଂଗଠନ ଏବଂ ଉପସ୍ଥିତ ଅତିଥିଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଭବିଷ୍ୟତରେ ଆହୁରି ବୃହତ୍ତର ସାମାଜିକ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବେ ବୋଲି ପ୍ରକାଶ କରିଛନ୍ତି।