ନୂଆପଡ଼ା,ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେ ଆୟ ଠାରୁ ୧୦୬ ପ୍ରତିଶତ ଅଧିକ ସମ୍ପତି ଠୁଳ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି ଭିଜିଲାନ୍ସ ।
ଗତ ୧୭ ତାରିଖରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ଚାରି ଗୋଟି ସ୍ଥାନ ଯଥା ଖଡ଼ିଆଳ ସ୍ଥିତ ସରକାରୀ ବାସଭବନ, ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା କୁସମେଲରେ ଥିବା ପୈତୃକ ଘର ଏବଂ ବଲାଙ୍ଗିର ସଦର ସହ ବିଡ଼ିଓଙ୍କ ପୁଅ କାର୍ଯ୍ୟ କରୁଥିବା ବରଗଡ଼ ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା । ଭିଜିଲାନ୍ସ ବିଭାଗ କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡ଼ ପକ୍ଷରୁ ମିଳିତ ଭାବରେ ଏହି ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ତାଙ୍କର ବିପୁଳ ସମ୍ପତି ଠାବ କରାଯାଇଥିଲା ।