ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟର ବାବୁ ଜଗଦ୍ ଜୀବନରାମ୍ ଛାତ୍ରାବାସରେ ନବାଗତ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସମାରି ତାଙ୍ଗୁଲୁ ଯୋଗଦାନ କରି ଅନ୍ତେବାସୀଙ୍କୁ ଶୃଙ୍ଖଳା ସହିତ ପାଠପଢ଼ି ଦେଶ ଗଠନରେ ବଳିଷ୍ଠ ନେତୃତ୍ଵ ନେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ରୂପେ ଡଃ. ରଞ୍ଜନ କୁମାର ସ୍ବାଇଁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅଧ୍ୟାପକ ଶୃଙ୍ଖଳିତ ତଥା ସମୟାନୁବର୍ତ୍ତୀତାର ସହିତ ପାଠପଢ଼ି ଦେଶର ଭୌତିକ ଗଠନରେ ସହାୟକ ହେବା ପାଇଁ ଉପଦେଶ ଦେଇଥିଲେ । ଏହି ସଭାରେ ଛାତ୍ରାବାସର ଅଧିକ୍ଷକ ଗୌତମ କୁମାର ନାୟକ ମଞ୍ଚ ପରିଚାଳନା ପୂର୍ବକ ସଭା ଆୟୋଜନ କରିଥିଲେ । ସମ୍ମାନିତ ଅତିଥି ରୂପେ ମନୋରଞ୍ଜନ ପରିଡା ବରିଷ୍ଠ କିରିଣୀ, ମୀନକେତନ ସମର୍ଥ ପୂରାତନ ଛାତ୍ର ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ ଛାତ୍ର ଉପସ୍ଥିତ ରହିଥିଲେ ।ଏହି ଛାତ୍ରାବାସରେ ହରିଶ୍ଚନ୍ଦ୍ର ଗୋଲାରୀ କାନ୍ଥରେ ଛବିଆଙ୍କି ଅତିଥିଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲେ ।
ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ମାଲ୍ୟବନ୍ତ ମହୋତ୍ସବରେ ମାନପତ୍ର ପାଇ ସମ୍ବର୍ଦ୍ଧିତ ହୋଇଥିବା ଲକିନାଥ କିର୍ସାନିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସଭାଶେଷରେ ମୁଖ୍ୟ କିରାଣୀ ଭାଗବତ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।