ଢ଼େଙ୍କାନାଳ, ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଭିତରେ ବୁଲିଲା ହାତୀ । ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ଗତକାଲି ରାତି ପ୍ରାୟ ୧୨ଟା ସମୟରେ ହାତୀଟି ସହର ମଧ୍ୟକୁ ପଶି ଆସିଥିଲା । ଏହାପରେ ହନୁମାନ ମନ୍ଦିର ଦେଇ କୋର୍ଟ ଭିତରକୁ ଯାଇଥିଲା । ପରେ ପୁଣି ହାତୀଟି ରେକୁଳା ଗ୍ରାମ ଭିତରକୁ ଯାଇଥିଲା । ହାତୀକୁ ଦେଖି ଗ୍ରାମବାସୀ ଭୟଭିତ ହୋଇପଡିଥିଲେ । ପ୍ରାୟ ୩ ଘଂଟା ଧରି ହାତୀଟି ସହର ଭିତରେ ରହିଥିଲା । ପରେ ହାତୀଟି ନଦୀ ପାର୍ ହୋଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ସୂଚନା ମିଳିଛି ।
Related Stories
November 22, 2024