
ଭୁବନେଶ୍ୱର, ପତ୍ନୀଙ୍କ ଦ୍ୱାରା ତାଙ୍କ ବିରୋଧରେ ପାରିବାରିକ ହିଂସା ଓ ନିର୍ଯାତନା ଅଭିଯୋଗ ପରେଗାୟକ ହ୍ୟୁମାନ୍ ସାଗର ପୋଲିସ୍ ସମନ ପାଇ ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ହେଲେ ଅଭିଯୋଗ ବିଷୟରେ ଜାଣିନଥିବା ହ୍ୟୁମାନ୍ ଥାନା ଯିବା ପୂର୍ବରୁ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ କହିଛନ୍ତି। ସେ କହିଛନ୍ତି ଯେ ପୋଲିସ ତାଙ୍କୁ ଡାକି ଥିବାରୁ ସେ ଥାନାକୁ ଆସିଛନ୍ତି । ଏହାର କିଛି ସମୟ ପରେ ତାଙ୍କ ପତ୍ନୀ ମଧ୍ୟ ଥାନାରେ ପହଂଚିଠଛନ୍ତି ।