
ନୂଆଦିଲ୍ଲୀ, ଦେଶରେ ଗତ 24 ଘଂଟା ମଧ୍ୟରେ କରୋନା ସଂକ୍ରମିତଙ୍କ 134ଟି ନୂଆ ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ 170 ଜଣ ସୁସ୍ଥ ହୋଇଥିବା ଜଣା ପଡିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ଜାରୀ କରାଯାଇଥିବା ସୂଚନା ଅନୁସାରେ ବର୍ତମାନ ଦେଶରେ କରୋନାର ମୋଟ 1962ଟି ସକ୍ରିୟ ମାମଲା ରହିଛି। ଗତ 24 ଘଂଟା ମଧ୍ୟରେ ସାରା ଦେଶରେ 1.80 ଲକ୍ଷ ନମୁନାର ପରୀକ୍ଷା କରାଯାଇଛି ।