
ନୂଆଦିଲ୍ଲୀ, କେନ୍ଦ୍ର ସରକାର ସୀମା ସୁରକ୍ଷା ବଳର ସେବା ନିବୃତ ମହାନିର୍ଦେଶକ ପଂକଜ କୁମାର ସିଂହଙ୍କୁ ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଡେପୁଟି ଏନଏସଏ) ଭାବେ ନିଯୁକ୍ତି ଦେଇଛନ୍ତି । ପଂକଜ କୁମାର ସିଂହ ଗତ ଡିସେମ୍ବର 31 ତାରିଖ ଦିନ ଅବସର ଗ୍ରହଣ କରିଥିଲେ ।
ପଂକଜ ସିଂ ରାଜସ୍ଥାନ କ୍ୟାଡରର 1988 ବ୍ୟାଚର ଭାରତୀୟ ପୋଲିସ ସେବାର ଅଧିକାରୀ । ତାଙ୍କୁ ଦୁଇ ବର୍ଷ ପାଇଁ ଅନୁବନ୍ଧ ଆଧାରରେ ପୁନର୍ନିଯୁକ୍ତି ଦିଆଯାଇଛି ।