
ନୂଆଦିଲ୍ଲୀ,ଭାରତ ନିର୍ବାଚନ ଆୟୋଗ ଆଜି ଅପରାହ୍ନରେ ତିନୋଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡର ବିଧାନସଭା ନିର୍ବାଚନ ପାଇଁ ତିଥି ଘୋଷଣା କରିବେ । ନିର୍ବାଚନ କମିଶନ ଏହି ତିନୋଟି ରାଜ୍ୟର ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା ଅପରାହ୍ନ 2.30 ମିନିଟରେ ଏକ ସାମ୍ବାଦିକ ସମ୍ମିଳନୀରେ କରିବେ ।
ଉଲ୍ଲେଖନୀୟ ଯେ ନାଗାଲାଣ୍ଡ ବିଧାନସଭାର କାର୍ଯ୍ୟକାଳ 12 ମାର୍ଚ, ମେଘାଳୟ ବିଧାନସଭାର କାର୍ଯ୍ୟକାଳ 15 ମାର୍ଚ ଓ ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ 22 ମାର୍ଚରେ ସମାପ୍ତ ହେବାକୁ ଯାଉଛି ।