
ଧର୍ମଶାଳା, ଯାଜପୁରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡ଼ାକୋଟା। ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ବିଭିନ୍ନ ଛକରେ ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଜିଲ୍ଲାର ପାଣିକୋଇଲି ଛକ ଠାରେ ବିମାନ ପହଁଚିବା ପରେ ସ୍ବେଛାସେବୀ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଜିଲ୍ଲାର ଷଠିପୁର, ପାଣିକୋଇଲି, କୁଆଖିଆ, ଜାରକା, ଚଣ୍ଡିଖୋଲ ଆଦି ଛକ ମାନଙ୍କରେ ବିମାନକୁ ସ୍ୱାଗତ କରିବା ପାଇଁ ଜାତୀୟ ରାଜପଥ ପାର୍ଶ୍ଵରେ ଯୁବଵର୍ଗଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ବିଶେଷ କରି ଜାରକା ଛକରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିମାନକୁ ସ୍ୱାଗତ କରିବା ପାଇଁ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।