
ଧର୍ମଶାଳା,ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର 4 ଟି ନୂତନ ରାସ୍ତା ର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି. ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ମଧୁସୂଦନ ପୁର -ରଘୁନାଥପୁର,ଜବରା ଛକ ଠାରୁ ସାରଙ୍ଗପୁର, ବାରବାଟୀ ରୁ ରସୁଲପୁର ରୋଡ଼, ଭାତୃପୋଷି ରୁ ମଙ୍ଗରାଜପୁର ପର୍ଯ୍ୟନ୍ତ 4 ଟି ନୂତନ ରାସ୍ତା ର ଶିଳାନ୍ୟାସ କରାଯାଇଛି. ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ ନୂତନ ରାସ୍ତା ର ଶିଳାନ୍ୟାସ କରିଥିଲେ. ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ 4ଟି ରାସ୍ତା ର ମୋଟ 17 କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ କରାଯାଇଛି.ନୂତନ ରାସ୍ତା ର ପ୍ରଶସ୍ତି କରଣ ସହ ଉନ୍ନତି କରଣ କରାଯିବ. ଗ୍ରାମ୍ୟ ଉନୟନ ବିଭାଗ ର ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ.ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି. ଆଗାମୀ ଦିନରେ ରାସ୍ତା ଉନ୍ନତି କରଣ ଦ୍ୱାରା ଗମନାଗମନ ବିକାଶ ହୋଇ ପାରିବ ବୋଲି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି l