-
ଯେଉଁମାନେ ଦ୍ଵିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟୀକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର,ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହେବ । ଆଜି ୧ଲକ୍ଷ କୋଭିସିଲଡ୍ ଟିକା ଆସିବ। ଆସନ୍ତା ୧୯ ତାରିଖରୁ ପୁଣି ରାଜ୍ୟରେ ଟିକା ଦିଆଯିବ । ତେଣୁ ଯେଉଁମାନେ ଦ୍ଵିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସମସ୍ତେ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟର ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ ଏହି ଟୀକା ଆସିବା ପରେ ସମସ୍ତ ଜିଲ୍ଲାକୁ ଭାଗ କରି ଦିଆଯିବ । କେଉଁ ଟୀକାଦାନ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ ସେ ନେଇ ସୂଚନା ଦିଆଯିବ । ତେଣୁ ଏହାକୁ ଦେଖି ଯେଉଁ ମାନେ ଦ୍ଵିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନେ ଟୀକା ନେଇ ଯାଆନ୍ତୁ ।
ସେ କହିଛନ୍ତି ଯେ ଚୀନରେ ସଂକ୍ରମଣ ବଢିବା ପରେ ଏକ ମାସରୁ ଉର୍ଧ ବିତି ସାରିଲାଣି । ଏବେ ରାଜ୍ୟରେ ସଂକ୍ରମଣ ସେପରି ବଢି ନାହିଁ । ଆମେ ଆଇସିଏମଆରର ଗାଇଡଲାଇନ ଅନୁସାରେ ପରୀକ୍ଷଣ କରୁଛୁ । ତେବେ ଓଡିଶାରେ ସେଭଳି ସ୍ଥିତି ଆସି ନାହିଁ ଓ ଆମେ ଭଲ ସ୍ଥିତିରେ ଅଛୁ । ତେଣୁ ଯେଉଁ ସଂଭାବ୍ୟ ସଂକ୍ରମଣ ବଢିବାର କଥା କୁହାଯାଉଛି ତାକୁ ଆଖି ଆଗରେ ରଖି ସମସ୍ତଙ୍କୁ ଟୀକା ନେବାକୁ ଆମେ ଅନୁରୋଧ କରୁଛୁ ।