ନୂଆପଡ଼ା,ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କ ଖଡ଼ିଆଳ ସ୍ଥିତ ସରକାରୀ ବାସଭବନ ସମେତ ଚାରି ଗୋଟି ସ୍ଥାନରେ ଆଜି ଭିଜଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଖଡ଼ିଆଳ, ଲୋଇସିଙ୍ଗା ବ୍ଲକର କୁସମେଲ, ବଲାଙ୍ଗୀର ସଦର, ପୁଅର କର୍ମକ୍ଷେତ୍ର ବରଗଡ଼ ଠାରେ ଚାରି ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି ।
ବଲାଙ୍ଗୀର ଭିଜଲାନ୍ସ କେଶ ନମ୍ବର ୧/୨୦୨୩ ଅନୁଯାୟୀ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୃଥକ୍ ପୃଥକ୍ ଭାବରେ ଭିଜଲାନ୍ସ ବିଭାଗ ଚଢ଼ଉ କରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଚାରି ଗୋଟି ସ୍ଥାନ ଯଥା ଖଡ଼ିଆଳ ତାଙ୍କ ସରକାରୀ ବାସଭବନ, ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା କୁସମେଲ ସ୍ଥିତ ପୈତୃକ ଗ୍ରାମ ଏବଂ ବଲାଙ୍ଗୀର ସଦର ସହ ବିଡ଼ିଓଙ୍କ ପୁଅ କାର୍ଯ୍ୟ କରୁଥିବା ବରଗଡ଼ ସମନ୍ବିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି । ଭିଜିଲାନ୍ସ ବିଭାଗ କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡ଼ ପକ୍ଷରୁ ମିଳିତ ଭାବରେ ଏହି ଚଢ଼ଉ କରାଯାଇଛି । ଖଡ଼ିଆଳ ସରକାରୀ ବାସଭବନରେ ଚଢ଼ଉ ବେଳେ ନଗଦ ୧୫ ହଜାର ଟଙ୍କା ମିଳିଥିବା କଳାହାଣ୍ଡି ଭିଜିଲାନ୍ସ ବିଭାଗ ଡ଼ିଏସପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି । ତେବେ ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।