ଜଟଣୀ : ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନା ସହାୟତାରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ମହିଳା ଆତ୍ମରକ୍ଷା ତାଲିମ ଶିବିର ଅଧ୍ୟକ୍ଷ ପ୍ରଫେସର କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ମଧ୍ୟାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଶିବିର ନିର୍ଦ୍ଦେଶିକା ଶିକ୍ଷା ବିଭାଗର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ କଳ୍ପନା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଶାସନିକ ଅଧିକାରୀ ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ପ୍ରତାପ କୁମାର ଦତ ପ୍ରତ୍ୟେକ ନାରୀକୁ ସଫଳତାର ଶୀର୍ଷରେ ପହଁଚାଇବା ପାଇଁ ଏକ କଳାର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଛାତ୍ର ସଂସଦର ଉପଦେଷ୍ଟା ତଥା ଇତିହାସ ବିଭାଗର ମୁଖ୍ୟ ଶ୍ରୀମତୀ ପ୍ରିୟଦର୍ଶିନୀ ପଟ୍ଟନାୟକ ନିଜକୁ ସଂଯମୀ କରିବା ସହ ଏହି ଶକ୍ତିର ଦୁରୂପଯୋଗ ନକରିବା ପାଇଁ ଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ରାଜ୍ୟ ତାଲିମ ପ୍ରାପ୍ତ ପ୍ରଶିକ୍ଷିକା କୁମାରୀ ଆସ୍ମା ବେଗମ୍ ଆଜିଠୁ ଆଗାମୀ ବାରଗୋଟି କାର୍ଯ୍ୟ ଦିବସରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିୟମିତ ଉପସ୍ଥାନ ପାଇଁ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ବିଭାଗର ୩୦ଜଣ ଛାତ୍ରୀଙ୍କ ସହ ସମୁଦାୟ ୪ଗୋଟି ବିଭାଗରେ ୧୨୦ଜଣ ଛାତ୍ରୀଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଯୁବ ରେଡ଼କ୍ରସର କାଉନ୍ସେଲର ତଥା ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ପରିମିତା ପ୍ରହରାଜ ଧନ୍ୟବାଦ ଅର୍ପଣ କରିବା ସହ ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଡଃ. ତପନ ମିଶ୍ର, ଶ୍ରୀ କାର୍ତିକ ଚନ୍ଦ୍ର ଦାସ, ଶ୍ରୀ ପ୍ରତାପ କୁମାର ମହାପାତ୍ର, ଶ୍ରୀ ରବିନ୍ଦ୍ର ନାଥ ଦାସ ଓ ଶ୍ରୀ ଅମୂଲ୍ୟ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Related Stories
November 22, 2024