
କେନ୍ଦ୍ରାପଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ମେଡ଼ିକାଲ ବଂଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଂଟିଆ କେନ୍ଦ୍ରାପଡ଼ା ପୌରାଚଂଳ ବନ୍ଦ ପାଳନ କରାଯାଇଛି । ବନ୍ଦ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୋକାନ ବଜାର ବନ୍ଦ ରହିଛି। ଅନ୍ୟ ଜାଗାକୁ ଏହି ହସ୍ପିଟାଲ ସ୍ଥାନାନ୍ତର ହେଲେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରିଛନ୍ତି ସହରବାସୀ ।
ସହର ମଧ୍ୟରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଇଚ୍ଛାପୁର ସ୍ଥିତ ଶ୍ୟାମଗୁଡ଼ିଆକୁ ସ୍ଥାନାନ୍ତର ପରେ ପୌରାଚଂଳ ଲୋକେ ସ୍ଵାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବା କ୍ର୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଆଜିର ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି ।