
ବୌଦ୍ଧ, ସରିଲା ବୌଦ୍ଧ ଜିଲ୍ଲାର ସର୍ବବୃହତ ସାଂସ୍କୃତିକ ମହୋତ୍ସବ । ଉଦ୍ଜାପନି ଉତ୍ସବରେ ଯୋଗଦେଇ ଅତିଥିମାନେ ବଖାଣିଲେ ବୌଦ୍ଧର ଐତିହ୍ୟ, କଳା, ପରମ୍ପରା, ସଂସ୍କୃତିର ଗାଥା । ଓଡିଶାର ପର୍ଯ୍ୟଟନକୁ ବୌଦ୍ଧ ଜିଲ୍ଲାର ଅତୁଳନୀୟ ଅବଦାନ ରହିଛି । ଦେଶରେ ୫୦ଟି ଜିଲ୍ଲାରେ ବୁଦ୍ଧ ଧର୍ମ ରହିଥିବା ବେଳେ କେବଳ ବୌଦ୍ଧ ଜିଲ୍ଲା ହିଁ ବୁଦ୍ଧଙ୍କ ନାମରେ ନାମିତ ହେବା ଗର୍ବର ବିଷୟ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତପ୍ରକାଶ କରିଛନ୍ତି । ଜିଲ୍ଲାପାଳ ସତ୍ୟ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇଥିଲେ । ବୌଦ୍ଧ ମହୋତ୍ସବ ଜିଲ୍ଲାର ସର୍ବବୃହତ ସାଂସ୍କୃତିକ ମହୋତ୍ସବ । ଜିଲ୍ଲାର ଐତିହ୍ୟ ଓ ସାଂସ୍କୃତିକ ଗୌରବକୁ ଉଦଘୋଷିତ କରିବା ପାଇଁ ଏପରି ମହୋତ୍ସବ ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରକାଶ କରିଥିଲେ । ସୋମବଂଶ ରାଜାମାନଙ୍କ ରାଜ୍ୟ ଶାସନ ସମୟରେ ବୌଦ୍ଧ ବେଶ ଖ୍ୟାତି ଅର୍ଜନ କରିଥିଲା ବୋଲି ପ୍ରକାଶ କରିବା ସହିତ ସ୍ଵାଧୀନତା ସଂଗ୍ରାମରେ ବୌଦ୍ଧର ଅବଦାନ ଅତୁଳନୀୟ । ସ୍ଵାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ, ପ୍ରହ୍ଲାଦ ବିଶି, ଭଗବାନ ପଣ୍ଡା, ଦୁର୍ଗାଶଙ୍କର ପଣ୍ଡା, ଦଶରଥ ପ୍ରଧାନ ଆଦିଙ୍କ ନାମ ସ୍ମରଣୀୟ ବୋଲି କହିଥିଲେ । ଜିଲ୍ଲାର ସ୍ଵାକ୍ଷରତା ହାର ୭୨ ପ୍ରତିଶତ ଅଟେ । ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ଅବଦାନ ଅତୁଳନୀୟ । ରାମଲୀଳା ବୌଦ୍ଧ ଜିଲ୍ଲାର ଅନ୍ୟତମ ସାଂସ୍କୃତିକ ସଂପଦ। ଓଡିଶାର ପର୍ଯ୍ୟଟନକୁ ବୌଦ୍ଧ ଜିଲ୍ଲାର ଅବଦାନ ରହିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ଉତରାଚଂଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ସଭାରେ ଅଧ୍ୟକ୍ଷତା କରିଥିଲେ ।
ଏହି ଅବସରରେ ସ୍ମରଣୀକା ଉନ୍ମଚୋନ ହୋଇଥିଲା । ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଭୁବନେଶ୍ଵର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡିଶୀ, ବ୍ରହ୍ମପୁରର ପ୍ରିନ୍ସ ନୃତ୍ୟ ଦଳ ପକ୍ଷରୁ ମଡନ ଡେନ୍ସ,ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ସୃଷ୍ଟି ଡେନ୍ସ ଗୃପ ବୌଦ୍ଧ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ବୌଦ୍ଧ ତାଇକୁଣ୍ଡ ସଂଘ ପକ୍ଷରୁ ତାଇକୁଣ୍ଡ କଳା ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ମଂଚ ପରିଚାଳନା କରିଥିଲେ । ଡେପୁଟି କଲେକ୍ଟର ଝରଣା ଫ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଜିନିଷ କ୍ରୟ କରିବା ଏବଂ ଖାଦ୍ୟମେଳାର ମଜା ନେଇଥିଲେ ।