
ଜୟପୁର, ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଆସୁଥିବା ଏକ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆରୁକ – ବିଶାଖାପାଟଣା ମଧ୍ୟରେ କୋତାବାଲସା ଆର୍କ୍ୟୁ ଶିବଲିଙ୍ଗପୁରମ୍ ନିକଟରେ ସକାଳ ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ପାସେଞ୍ଜର ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି । ଟ୍ରେନ୍ ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହିାଁନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।
ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚିଛନ୍ତି । ଦୁର୍ଘଟଣା ପରେ ଆରୁକ – ବିଶାଖାପାଟଣା ରୁଟ୍ ରେ ରେଳ ଚଳାଚଳ ବ୍ୟାହତ ହୋଇଛି ।