
ବୌଦ୍ଧ, ବୌଦ୍ଧ ମହୋତ୍ସବ ଅବସରରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଂଟରେ ପୁରୁଣାକଟକ ଦଳ ସହିତ ବୌଦ୍ଧ ବ୍ଳକ ଦଳ ଚମ୍ପିଆନ ହୋଇଛି । ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲା ଷ୍ଟାଡିୟମ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଛି । ଟୁର୍ଣ୍ଣାମେଂଟର ପ୍ରଥମ ଖେଳ ପୁରୁଣାକଟକ ଦଳ ଓ ବୌଦ୍ଧର ଗେହ୍ଳାମା କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧-୦ ଗୋଲରେ ପୁରୁଣାକଟକ ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ଖେଳ ବୌଦ୍ଧ ବ୍ଳକ ଓ କଂଟାମାଳ ବ୍ଳକ ମଧ୍ୟରେ ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନପାରିବାରୁ ଟ୍ରାଇବ୍ରେକର ଜରିଆରେ ୩-୨ ଗୋଲରେ ବୌଦ୍ଧ ବ୍ଳକ ବିଜୟୀ ହୋଇଛି ।
ଅତିଥି ଭାବେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିନ୍ଦ୍ର କୁମାର ରାଉତ, ପୂର୍ବତନ ଫୁଟବଲ ଖେଳାଳି ବିରେନ୍ଦ୍ର ସାହୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଭାବେ ଖେଳକୁ ସାଗର ବେହେରା, ସୁରେନ ବେହେରା, ପ୍ରବୀଣ ବେହେରା, ଅମରେଶ ପ୍ରଧାନ ପରିଚାଳାନା କରିଥିବା ବେଳେ ସୁଶିଲ ପରିଡା ମ୍ୟାଚ କମିଶନର ଭାବେ ଦାୟିତ୍ଵ ତୁଳାଇଥିଲେ ।