
କନ୍ଧମାଳ, ଚଳିତ ମାସ ଜାନୁଆରୀ ୧୪ ଓ ୧୫ ତାରିଖରେ ରାଣୀସତୀ ଭବନର ହଲ ଠାରେ ଓଡିଶା ତାଇକୋଣ୍ଡ ଆସୋସିଏସନ ଓ ପୁରୀ ତାଇକୋଣ୍ଡ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୩୪ ତମ ସିନିଅର କିରୋଗୀ ଏବଂ ପୁମସି ପ୍ରତିଯୋଗିତା ଓ ୩୫ ତମ କନିଷ୍ଠ ବର୍ଗର କିରୋଗୀ ଏବଂ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ୨୦ ଟି ଜିଲ୍ଲାର ୩୦୦ ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ସିନିଅର ବିଭାଗରେ ଅମିତ କୁମାର ସାହୁ କିରୋଗୀ ଓ ପୁମସିରେ ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି। ଜୁନିଅର ବିଭାଗରେ ସୁଗ୍ୟାନ ଜିତ ପଟ୍ଟନାୟକ, ଦୀପକ ବୁରୁ୍ୟୁଲି କିରୋଗୀ ଓ ପୁମସି ବିଭାଗରେ ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି ଓ ଜୁନିଅର ବାଳିକା ବିଭାଗରେ ଅନ୍ଵେଷା ପାଣିଗ୍ରାହୀ କିରୋଗୀ ଓ ପୁମସିରେ ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି, ଏବଂ ଜୁନିଅର ବିଭାଗର ଅପୂର୍ବା ଆର୍ଯ୍ୟା ପୁମସି ଓ କିରୋଗୀରେ ରୋପ୍ୟ ଓ ସ୍ଵର୍ଣ ପଦକ ଜିତିଛନ୍ତି, ଆଗାମୀ ଜାତୀୟ ଖେଳ ହେବାକୁ ଥିବା ଉତ୍ତରପ୍ରଦେଶର ବରେଲି ଠାରେ ଅପୂର୍ବା ଆର୍ଯ୍ୟା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ସେଥିପାଇଁ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଂଘର ସଭାପତି ପ୍ରତାପ କୁମାର ମୁଖୀ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଓ ଜିଲ୍ଲାର ଟାଇକୋଣ୍ଡ କୋଚ ରମାକାନ୍ତ ବେହେରା ଓ ପ୍ରିତମ ଚନ୍ଦ୍ର ପ୍ରଧାନ ବହୁତ ଖୁସି ମନେଇଛନ୍ତି। ଶେଷରେ ଜିଲ୍ଲା ସଂଘର ସମ୍ପାଦକ ପ୍ରଭାତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।