
ପାରାଦୀପ,ସମୁଦ୍ରରେ ୨ ଟ୍ରଲର ସହ ୧୩ ମତ୍ସ୍ୟଜିବୀ ନିଖୋଜ ଘଟଣାରେ ସମସ୍ତ ମତ୍ସ୍ୟଜିବୀ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସଂଘ (ଓମଫା)ର ସଭାପତି ଶ୍ରୀକାନ୍ତ ପରିଡ଼ା । ଟ୍ରଲର ଚାଳକଙ୍କ ସହିତ ଯୋଗାଯୋଗ ପରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଦୁଇଟି ଟ୍ରଲରରେ ଏହି ୧୩ ମତ୍ସ୍ୟଜିବୀ ମଝି ସମୁଦ୍ରରୁ ପାରାଦୀପ ମାଛଧରା ଜେଟି ଅଭିମୁଖେ ଫେରୁଥିବା ସେ କହିଛନ୍ତି ।
ପ୍ରକାଶ ଥାଉକି, ସମୁଦ୍ରକୁ ଏକ ସର୍ଭେ କାମରେ ଯାଇଥିବା ବେଳେ ସମ୍ପୃକ୍ତ ୨ଟି ବୋଟ୍ ସହ ୧୩ ମତ୍ସ୍ୟଜିବୀ ଗତ ୫ ଦିନ ହେଲା ନିଖୋଜ ଥିଲେ । ସେମାନଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ଥିଲା । ବୋଟ୍ ଓ ମତ୍ସ୍ୟଜିବୀଙ୍କୁ ଠାବ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରୀ ରହିଥିଲା ।